www.samajalive.in
Sunday, December 7, 2025
26.1 C
Bhubaneswar

‘ସମାଜ’ ଉତ୍କର୍ଷର ୯୯ ବର୍ଷପୂର୍ତ୍ତି ଉତ୍ସବର ଅତିଥିଗଣ

ଅକ୍ଟୋବର ୪ ତାରିଖ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଦୈନିକ ‘ସମାଜ’ର ଜନ୍ମଦିନ। ୧୯୧୯ଠାରୁ ସୁଦୀର୍ଘ ଆରମ୍ଭ କରିଥିବା ‘ସମାଜ’ ଚଳିତବର୍ଷ ୪ ଅକ୍ଟୋବର ୨୦୧୮ରେ ପାଳନ କରିବାକୁ ଯାଉଛି ଉତ୍କର୍ଷର ୯୯ ବର୍ଷପୂର୍ତ୍ତି ଉତ୍ସବ। ସେହିଦିନଠାରୁ ’ସମାଜ’ ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏହି ମହାର୍ଘ ସନ୍ଧ୍ୟାରେ କଟକସ୍ଥିତ ସହିଦ୍ ଭବନରେ ଯେଉଁ ସାଧାରଣ ସଭା ଆୟୋଜନ କରାଯାଇଛି, ସେଥିରେ ପୌରୋହିତ୍ୟ କରିବାକୁ ସ୍ବୀକୃତି ଦେଇଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା କଳାଧନ ତଦନ୍ତ ଲାଗି ଗଠିତ ଏସଆଇଟି ଉପାଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଟ୍ରଷ୍ଟି ଜଷ୍ଟିସ୍ ଅରିଜିତ ପଶାୟତ। ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ମୁଖ୍ୟବକ୍ତା ରୂପେ ଯୋଗ ଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି ବରିଷ୍ଠ ଟିଭି ସଂପାଦକ ଅଜିତ ଅଞ୍ଜୁମ୍‌। ଏହି ଅତିଥିଗଣଙ୍କ ସଂପର୍କରେ ସାମାନ୍ୟ କଥନ।

ଜଷ୍ଟିସ୍ ଅରିଜିତ ପଶାୟତ
କଳାଧନ ଅନୁସନ୍ଧାନ ଲାଗି ଗଠିତ ସ୍ବତନ୍ତ୍ର ତଦନ୍ତକାରୀ କମିଟି(ଏସଆଇଟି)ର ସେ ସଂପ୍ରତି ଉପାଧ୍ୟକ୍ଷ। ୧୦ ଅକ୍ଟୋବର ୧୯୬୮ରେ ପ୍ରଥମେ ଓଡ଼ିଶା ହାଇକୋର୍ଟରୁ ଆରମ୍ଭ କରିଥିଲେ ତାଙ୍କ ଓକିଲାତି ପେସା। ୨୦ ମାର୍ଚ୍ଚ ୧୯୮୯ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ନିଯୁକ୍ତି ପାଇ ୨୦ ‌ସେପ୍ଟେମ୍ବର ୧୯୯୯ରେ କେରଳ ହାଇକୋର୍ଟ ଓ ୧୦ ମେ ୨୦୦୦ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦ ଅକ୍ଟୋବର ୨୦୦୧ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ରୂପେ ପଦୋନ୍ନତି ମିଳିଥିଲା ଏବଂ ୧୦ ମେ ୨୦୦୯ରେ ସେ ଅବସର ଗ୍ରହଣ କରିଥିଲେ। ଆଇନ ସଂକ୍ରାନ୍ତ ଏକାଧିକ ପୁସ୍ତକର ରଚୟିତା ତଥା ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ ଜଷ୍ଟିସ ପଶାୟତ ସଂପ୍ରତି ‘ଲୋକସେବକ ମଣ୍ଡଳ’ର ଟ୍ରଷ୍ଟି ରହିଛନ୍ତି।

- Advertisement -

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରରେ ତୈଳ ଓ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ। ବିଜେପିର ଏହି ଚର୍ଚ୍ଚିତ ନେତା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘନିଷ୍ଠ ବୋଲି ଆଲୋଚନା ହୁଏ। ୨୦୧୨ରେ ବିହାର ଓ ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଜଣେ ଓଡ଼ିଆ ରୂପେ ନିର୍ବାଚିତ ହେବାର ଗୌରବ ଲାଭ କରିଛନ୍ତି। ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ କାର୍ଯ୍ୟାରମ୍ଭ କରି ଆରଏସ୍‌ଏସର ସକ୍ରିୟ କର୍ମୀ ରହିବା ସହ ବିଜେପିରେ ଯୋଗଦେଇ ୨୦୦୦-୨୦୦୪ରେ ପାଲଲହଡ଼ା ବିଧାୟକ, ୨୦୦୪-୦୬ରେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି, ୨୦୦୪-୦୯ ଦେବଗଡ଼ରୁ ଲୋକସଭା ସାଂସଦ , ୨୦୦୭-୧୦ ରାଷ୍ଟ୍ରୀୟ ସଚିବ, ୨୦୧୦ରେ ରାଷ୍ଟ୍ରୀୟ ମହାସଚିବ ସହ ବିହାର, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଛତିଶଗଡ଼ ପାଇଁ ବିଭିନ୍ନ ସମୟରେ ଦଳୀୟ ନିର୍ବାଚନ ପରିଚାଳନା କରିଛନ୍ତି।

ଟିଭି ସମ୍ପାଦକ ଅଜିତ ଅଞ୍ଜୁମ୍‍
ଅଜିତ ଅଞ୍ଜୁମ୍‍। ଭାରତୀୟ ଟିଭି ଚ୍ୟାନେଲ ଦୁନିଆର ଜଣେ ବରିଷ୍ଠ ଟିଭି ସଂପାଦକ ଭାବେ ଲୋକପ୍ରିୟ। ‘ନ୍ୟୁଜ ୨୪’ର ପ୍ରତିଷ୍ଠାତା ପରିଚାଳନା ସମ୍ପାଦକ ଓ ‘ଇଣ୍ଡିଆ ଟିଭି’ ଭଳି ଲୋକପ୍ରିୟ ଟିଭି ଚ୍ୟାନେଲର ସେ ପୂର୍ବତନ ପରିଚାଳନା ସମ୍ପାଦକ ରୂପେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି। ରାମନାଥ ଗୋଏଙ୍କା ପୁରସ୍କାର ପ୍ରାପ୍ତ ଏହି ସାମ୍ବାଦିକ ସମ୍ବାଦ ପରଝିବା କ୍ଷେତ୍ରରେ କରିଛନ୍ତି ଏକାଧିକ ପରୀକ୍ଷା ନିରୀକ୍ଷା। ‘ପୋଲ ଖୋଲ୍‍’ ‘ସନ୍‍ସନା’ ଓ ‘ରେଡ ଆଲର୍ଟ’ ଭଳି ଏକାଧିକ ଭିନ୍ନ ଧରଣର ଟିଭି କାର୍ଯ୍ୟକ୍ରମ ଓ ଶୋ ଜରିଆରେ ସେ ଦର୍ଶକୀୟ ଆଦୃତି ଲାଭ କରିଥିବା ଜଣେ ଆଗ ଧାଡିର ମିଡିଆ ମ୍ୟାନ୍‍। ‘ଅମର ଉଜାଲା’ ‘ଚୌଥି ଦୁନିଆଁ’ ଓ ‘ଆଜ ତକ’ ଭଳି ଗଣମାଧ୍ୟମରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ଏହି ବରିଷ୍ଠ ଟିଭି ସାମ୍ବାଦିକ ଅଜିତ ଅଞ୍ଜୁମ୍‍।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories