www.samajalive.in
Tuesday, December 9, 2025
26.1 C
Bhubaneswar

୯୦ ଦାଦନଶ୍ରମିକ ଓ  ୧୨ ଶିଶୁ ଉଦ୍ଧାର

ଖଡ଼ିଆଳ: ନୂଆପଡ଼ା ଜିଲା ଖଡ଼ିଆଳ ପୁଲିସ ସୋମବାର ଭୋର୍‌ରୁ ୯୦ ଜଣ ଦାଦନଶ୍ରମିକ ଏବଂ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ତେବେ ଦାଦନ ଦଲାଲ୍‌ କୁନା ତାଣ୍ଡି ଫେରାର ହୋଇଯାଇଥିବା ଜଣାପଡିଛି।

କୌଣସି ସୂତ୍ରରୁ ଖବରପାଇ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନାଙ୍କ ନେତୃତ୍ୱରେ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କ ସହ ପୁଲିସଦଳ ଆଜି ଭୋର୍‌ରୁ ଖଡ଼ିଆଳ ସହର ଠାରୁ ୨ କିଲୋମିଟର ଦୂର ରାଣୀପୁର ଗ୍ରାମର ବୁନ୍ଦିଆ ଜଙ୍ଗଲ ଭିତରେ ଥିବା ଏକ ଢାବାରେ ଚଢଉ କରିଥିଲେ।  ସେଠାରୁ ୯୦ଜଣ ଦାଦନଶ୍ରମିକଙ୍କ ସହ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦାଦନଶ୍ରମିକ ମାନେ ବୋଡ଼େନ ବ୍ଲକ ଅନ୍ତର୍ଗତ ଖିରମାଲ ଏବଂ ଲର୍କା ଗ୍ରାମର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ୪୮ ଜଣ ପୁରୁଷ, ୪୨ ଜଣ ମହିଳା ଏବଂ ୧୨ ଜଣ ଛୋଟଶିଶୁ। ଏମାନେ ଇଟା ଗଢିବା ପାଇଁ ହାଇଦରାବାଦ ଯାଉଥିବା ଏବଂ ପ୍ରତି ଶ୍ରମିକ ୩୫ ହଜାର ଟଙ୍କା ବଇନା ନେଇଥିବା ଜଣାପଡିଛି। ଉଦ୍ଧାର ପରେ ସମସ୍ତ ଶ୍ରମିକଙ୍କୁ ଖଡ଼ିଆଳ ପୁଲିସ ଏକ ବସ୍‌ରେ ନିଜ ନିଜ ଗ୍ରାମକୁ ପଠାଇଦେଇଛି।

- Advertisement -

ନୂଆପଡ଼ା ଜିଲାରେ ଦାଦନ ସମସ୍ୟାର ଅନ୍ତ ଘଟୁନାହିଁ । ଏଠାକାର ଶ୍ରମିକ କାମଧନ୍ଧା ଅନ୍ୱେଷଣରେ ବାହାରରାଜ୍ୟକୁ ଇଟା ଗଢିବା ସକାଶେ ଦାଦନ ଖଟିଯାଉଥିବା ବେଳେ ସେମାନେ ଅନେକ ସମୟରେ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି। ଏନେଇ ଅନେକଥର ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତେଣୁ ଜିଲାରେ ଦାଦନ ସମସ୍ୟାର ସମାଧାନ ହୋଇପାରୁ ନାହିଁ ।

‘କାମ ମିଳୁନି, କ’ଣ କରିବୁ’

ଖଡ଼ିଆଳ: ‘ଏଠାରେ କାମ ମିଳୁନି। ତେଣୁ କ’ଣ କରିବୁ। ବାଧ୍ୟହୋଇ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଛୁ’ ବୋଲି କହିଛନ୍ତି ଉଦ୍ଧାର ଶ୍ରମିକମାନେ। ମନରେଗା ଯୋଜନାରେ କାମ କରିଥିଲେ ମଧ୍ୟ ମାସ ମାସ ଧରି ପାରିଶ୍ରମିକ ମିଳୁନାହିଁ। ଅନ୍ୟକାମ ମଧ୍ୟ ଠିକ୍‌ ଭାବେ ମିଳୁନାହିଁ । ତେଣୁ ଦାଦନ ଖଟିଯିବା ହିଁ ଏକମାତ୍ର ସାହାଭରସା ବୋଲି ସେମାନେ ପ୍ରକାଶ କରିଛନ୍ତି। ଦାଦନ ଖଟିବାକୁ ଗଲେ ଗୋଟିଏ ସମୟରେ ମୋଟାଟଙ୍କା ପାଇଯାଉଥିବା ବେଳେ ପ୍ରତିଦିନ କାମ ମଧ୍ୟ ମିଳିଯାଉଛି ବୋଲି କହିଛନ୍ତି।ଆଜି ଉଦ୍ଧାର ୯୦ ଦାଦନଶ୍ରମିକଙ୍କ ଏଭଳି ଅଭିଯୋଗ ନୂଆପଡ଼ା ଜିଲା ପ୍ରଶାସନର ଅପାରଗତାକୁ ପଦାରେ ପକାଦେଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories