www.samajalive.in
Sunday, December 7, 2025
23.1 C
Bhubaneswar

ଦେଶପ୍ରେମରେ ପରିପୂର୍ଣ୍ଣ ‘୮୩’ର ଟ୍ରେଲର: ପ୍ରଶଂସକ କହିଲେ ‘ବ୍ଲକ୍‌ବଷ୍ଟର ହେବ ଫିଲ୍ମ’

ମୁମ୍ବଇ: ରଣବୀର ସିଂହ-ଦୀପିକା ପାଦୁକୋନ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘୮୩’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଭାରତର ପ୍ରଥମ କ୍ରିକେଟ୍‌ ବିଶ୍ବକପ୍‌ ବିଜୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସେହି ପ୍ରକୃତ ହିରୋଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ, ଯିଏ ଦେଶର ସ୍ବପ୍ନ ସାକାର କରିଥିଲେ। ଟ୍ରେଲର ଦେଶପ୍ରେମରେ ପରିପୂର୍ଣ୍ଣ। ରଣବୀର ସିଂହଙ୍କ ସହ ସମ୍ପୂର୍ଣ୍ଣ କ୍ରିକେଟ୍‌ ଦଳର ଉତ୍ସାହ ଦେଖି ଫିଲ୍ମକୁ ନେଇ ପ୍ରଶଂସକଙ୍କ ଆଗ୍ରହ ଦ୍ବିଗୁଣିତ ହୋଇଯାଇଛି।

୩ ମିନିଟ୍‌ ୪୯ ସେକେଣ୍ଡର ଏହି ଟ୍ରେଲର ଦେଖି ପ୍ରତ୍ୟେକ ଭାରତୀୟଙ୍କ ମଥା ଗର୍ବରେ ଉଚ୍ଚା ହୋଇଯିବ। ଟ୍ରେଲର ଦେଖି ଆପଣ ଅନୁମାନ କରିପାରିବେ ଯେ, ଆମର ଖେଳାଳିମାନେ ଦେଶର ସମ୍ମାନ ଏବଂ ଗୌରବ ବଢାଇବା ପାଇଁ ବିଦେଶୀ ମାଟିରେ କେତେ ପରିଶ୍ରମ କରିଛନ୍ତି। ଟ୍ରେଲର ଦେଖି ପ୍ରଶଂସକମାନେ ଫିଲ୍ମକୁ ହିଟ୍ ବୋଲି କହୁଛନ୍ତି। ‘ଧୋନି’ ପରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ଲୋକେ କମେଣ୍ଟରେ କହିଛନ୍ତି।

- Advertisement -

ଏହି ଚଳଚ୍ଚିତ୍ର ମାଧ୍ୟମରେ ରଣବୀର ଓ ଦୀପିକା ବିବାହ ପରେ ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ। ଟ୍ରେଲରେ ଦେଖି ଲୋକେ ରଣବୀରଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା କରିଛନ୍ତି।

ଫିଲ୍ମରେ ଦୀପିକା, ରଣବୀରଙ୍କ ବ୍ୟତୀତ ତାହିର ରାଜ ଭସୀନ୍‌, ଜୀଭା, ସାକିବ ସଲିମ, ଜତିନ ସରନା, ଚିରାଗ ପାଟିଲ, ଦିନକର ଶର୍ମା, ସାହିଲ ଖଟ୍ଟର, ଏମୀ ଭିର୍କ ଓ ପଙ୍କଜ ତ୍ରିପାଠୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହାକୁ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍‌ ଭାଷାରେ ରିଲିଜ୍‌ କରାଯିବ। ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରେ ଏହା ପରଦାକୁ ଆସିବ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories