ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଧାମରାଠାରେ ନିଆଁ ଲାଗି ୪ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଧାମରା ପଞ୍ଚାୟତ ନରସିଂହପୁରର ଶ୍ରୀଧର ମଳିକଙ୍କ ଘରେ କୌଣସି ପରିସ୍ଥିତିରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଧାମରାଠାରେ ଥିବା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଶ୍ରୀଧର ମଲିକଙ୍କ ୪ ବଖରା ଘର ଏବଂ ଏକ ଗୋରୁ ଗୁହାଳ ପୋଡି ପାଉଁଶ ହୋଇଯାଇଥିଲା। ପରେ ଧାମରା ବନ୍ଦରରୁ ଆଉ ଅଗ୍ନିଶମ ବାହିନୀର ୨ଟି ଗାଡି ଆସି ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇସାରିଥିଲା । ତୁରନ୍ତ ସରକାରୀ ସହାୟତା ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।
Popular Categories



