www.samajalive.in
Sunday, December 7, 2025
26.1 C
Bhubaneswar

ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ଡିଜିଟାଲ ଗିରଫ ମାମଲାରେ ଓଡ଼ିଶାର ପ୍ରଥମ ଗିରଫଦାରୀ  ହୋଇଛି । ତେଲେଙ୍ଗାନାରୁ ଜଣେ ସାଇବର ଠକକୁ ଗିରଫ କରିଛି  କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ନାଁ ଅବଦୁଲ ସଲିମ । ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ ପରିଚୟ ଦେଇଥିଲା । ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲା ଅବଦୁଲ । ବିଭିନ୍ନ ଆଳରେ ତାଙ୍କ ଠାରୁ ଏକ କୋଟି ଟଙ୍କା ଲୁଟ କରିଥିଲା । ଅବଦୁଲ ବ୍ୟବହାର କରିଥିବା ଆକାଉଣ୍ଟ ନାଁରେ ରହିଛି ଆହୁରି ୧୩ ଟି ଅଭିଯୋଗ । ରାଜ୍ୟ ପୁଲିସ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଉଲେଖ ରହିଛି ଯେ , ନିଜକୁ  ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୁଲିସ କର୍ମଚାରୀର ପରିଚୟ ଦେଇ ଗିରଫ କରିବାର ଧମକ ଦେବା ସହ ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଠକିବାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ  ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି  ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ  ।

ପୁଲିସ ଅଭିଯୁକ୍ତଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି  ଥିବା ତଦନ୍ତରେ ପୁଲିସ ଜାଣିବାକୁ ପାଇଛି । ଅଭିଯୋଗ ଆଧାରରେ ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ ।  ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ  ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ ।  ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ  ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ  କିଣିବାରେ  ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ ।

- Advertisement -

ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ  ଠକ ମାନେ ତାଙ୍କୁ ହ୍ବାଟ୍ସଆପ୍ ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ ।  ଅଭିଯୋଗକାରୀ ଜଣକ ମାନସିକ ଅବସାଦର ସମ୍ମୁଖୀନ ହୋଇଥିଲେ । ଯାଞ୍ଚ ପାଇଁ ତାଙ୍କର ସମସ୍ତ ଟଙ୍କାକୁ ଅଭିଯୁକ୍ତର ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲେ । ଏହାସହ ଯାଞ୍ଚ ସମାପ୍ତ ହେବାପରେ ସମ୍ପୂର୍ଣ୍ଣ ଟଙ୍କା ତାଙ୍କ ଆକାଉଣ୍ଟକୁ  ଫେରାଇ ଦିଆଯିବ ବୋଲି ଅଭିଯୁକ୍ତ କହିଥିଲେ । ସେହି ଅନୁଯାୟୀ  ଅଭିଯୋଗକାରୀ ବରିଷ୍ଠ ନାଗରିକ ଠକର  ଆକାଉଣ୍ଟକୁ  ଦୁଇଥରରେ ୧  କୋଟି ଟଙ୍କା ଜମା  କରିଥିଲେ । ପରେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭  ମସିହାରେ ଅଭିଯୁକ୍ତ ସଲିମ ୯  ମାସ ପାଇଁ  ଏବଂ ୨୦୨୪ ରେ ମଧ୍ୟ ସାଉଦି ଆରବ ଯାଇଥିଲା ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories