www.samajalive.in
Saturday, December 6, 2025
23.1 C
Bhubaneswar

ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗୁଛି ‘ପୁଷ୍ପା ୨ ଦି ରୁଲ୍‌’; ଏସବୁ ଫିଲ୍ମକୁ ପଛରେ ପକାଇଲା..

ମୁମ୍ବାଇ : ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଆଗାମୀ ଫିଲ୍ମ ‘ପୁଷ୍ପା ୨ ଦି ରୁଲ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଡିସେମ୍ବର ୫ରେ ଏହି ଫିଲ୍ମ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି । ଏଥିପାଇଁ ପ୍ରଶଂସକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି । ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ନାଁ ଅନେକ ଭଲ ପାଇବା ସାଉଁଟି ସାରିଛି। ଆମେରିକାରେ ଫିଲ୍ମକୁ ନେଇ ଉତ୍ସାହ ଅଧିକ ଥିବା ଦେଖାଯାଉଛି । କାରଣ ରିଲିଜ୍‌ ପୂର୍ବରୁ ହିଁ ଏହି ଫିଲ୍ମ ପ୍ରାୟ ୧.୪ ମିଲିୟନ ଡଲାର ଆୟ କରି ସାରିଛି । ଏକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି, ଫିଲ୍ମ ସିନେମା ଘରକୁ ଆସିବା ପୂର୍ବରୁ ହିଁ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ଜବାନ ଓ ପଠାନ୍‌ ସହ ରାମଚରଣ ଓ ଜୁନିୟର ଏନଟିଆରଙ୍କ ଆରଆରଆରକୁ ମଧ୍ୟ ପଛରେ ପକାଇ ଦେଇଛି । ଏହି ଚଳଚ୍ଚିତ୍ରର ନାମ ସମସ୍ତଙ୍କ ଓଠରେ ଅଛି। ଏହାର ଆଡଭାନ୍ସ ବୁକିଂରୁ ହୋଇଥିବା ଆୟ ଫିଲ୍ମ ନିର୍ମାତାମାନଙ୍କୁ ମାଲାମାଲ୍‌ କରିଛି । ଆମେରିକାରେ, ଲୋକମାନେ ଏହି ଚଳଚ୍ଚିତ୍ର ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

- Advertisement -

ଏହି ଫିଲ୍ମକୁ ପଛରେ ପକାଇଛି..
ଜବାନ
ପଠାନ୍‌
କେଜିଏଫ ଚାପଟର୍‌ ୨
ଆନିମଲ୍‌
ବାହୁବଳୀ
ଏହି ଚଳଚ୍ଚିତ୍ର ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ, ବଙ୍ଗାଳୀ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ଆଡଭାନ୍ସ ବୁକିଂକୁ ଦେଖିଲେ ଅନୁମାନ କରାଯାଉଛି ଯେ ଏହି ଚଳଚ୍ଚିତ୍ର ୨୦୨୪ ବର୍ଷର ଏକ ସୁପରହିଟ୍ ଏବଂ ବ୍ଲକବଷ୍ଟର ଫିଲ୍ମ ହୋଇପାରେ ।

ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ‘ପୁଷ୍ପା ୨ ଦି ରୁଲ୍‌’କୁ ତିଆରି କରାଯାଇଛି ଏବଂ ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫରଦ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ।

ଆଲମିରାରେ ଏହି ଜିନିଷ ରଖିଲେ ହୋଇଯିବେ କାଙ୍ଗାଳ, ଲାଗି ରହିବ ଧନ ଅଭାବ..

ଦେଖନ୍ତୁ ଭିଡିଓ; ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ, ପ୍ରଶଂସକ କାବା !

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories