www.samajalive.in
Tuesday, November 18, 2025
27.1 C
Bhubaneswar

ବିବାହ ପ୍ରତିଶ୍ରୁତି ଦେଇ ବାର୍ ଡାନ୍ସରଙ୍କୁ ଦୁଷ୍କର୍ମ ସହ ଭିଡିଓ ପ୍ରଘଟ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ବିବାହ ପ୍ରତିଶ୍ରୁତି ଦେଇ ବାର୍ ଡାନ୍ସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଡିଜେ ପ୍ଲେୟାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାର ଡାନ୍ସର। କେବଳ ସେତିକି ନୁହେଁ, ପ୍ରେମିକ ଜଣକ ଦୁଷ୍କର୍ମ ପରେ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ କରିଛି। ଏଭଳି ଏକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଏକ ବାର୍‌ରେ କାମ କରୁଥିବା ଜଣେ ଡାନ୍ସର ତଥା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ପୀଡ଼ିତା ଜଣକ ଏନେଇ ବାଙ୍କୀ ଥାନାରେ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ମୁତାବକ, ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଅମୀୟ କୁମାର ଚକ୍ର ଗୋଟିଏ ହୋଟେଲରେ କାମ କରୁଥିଲେ। ଅଭିଯୁକ୍ତ ଜଣକ ସେଠାରେ ଡିଜେ ପ୍ଲେ କରୁଥିଲେ। ସେପଟେ ପୀଡ଼ିତା ଏନେଇ ଏତଲା ଦେବାକୁ ଭୁବନେଶ୍ୱର ଲିଙ୍ଗରାଜ ଥାନାକୁ ଯାଇଥିବାବେଳେ ପୁଲିସ ସେଠାରେ ତାଙ୍କ ଏତଲା ରଖି ନଥିବା ଅଭିଯୋଗ କରିଛନ୍ତି ନିଜେ ପୀଡ଼ିତା। ଏହାପରେ ପୀଡ଼ିତା ବାଙ୍କୀ ଥାନାରେ ମାମଲା ରୁଜୁ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ନେଇ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଓ ସମାଜସେବୀ ଲିଟୁ ଦାସ।

Hot this week

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି।...

Related Articles

Popular Categories