ବ୍ରେକିଙ୍ଗ ନ୍ୟୁଜ୍

୨୬ ଏପ୍ରିଲ ୨୦୨୫-୨୦.୩୬: ଇରାନର ବନ୍ଦର ଆବାସର ରଜାଏଲ ପୋର୍ଟରେ ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟି ୪ ମୃତ, ୫୦୦ରୁ ଅଧିକ ଆହତ
୨୬ ଏପ୍ରିଲ ୨୦୨୫-୨୦.୩୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନର ନୂଆ ଚାଲ
– ନିରପେକ୍ଷ ତଦନ୍ତ ଲାଗି ପ୍ରସ୍ତାବ ଦେଲେ ପାକ୍ ପ୍ରଧାନମନ୍ତ୍ରୀ
– କହିଲେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ ପାକିସ୍ତାନ
୨୬ ଏପ୍ରିଲ ୨୦୨୫-୨୦.୩୪: ଭିସା ନିଷେଧାଦେଶ ସର୍ତ୍ତ କୋହଳ କଲେ ସରକାର
– ପାକିସ୍ତାନରୁ ଆସି ଦୀର୍ଘକାଳୀନ ଭିସାରେ ଭାରତରେ ରହୁଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ
– ହିନ୍ଦୁଙ୍କ ଭିସା ହେବନି ରଦ୍ଦ
୨୬ ଏପ୍ରିଲ ୨୦୨୫-୨୦.୩୩: ରେକର୍ଡ କଲା ଗହୀରମଥା
– ୩ ଦିନ ମଧ୍ୟରେ ସମୁଦ୍ରକୁ ଫେରିଲେଣି ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ
୨୬ ଏପ୍ରିଲ ୨୦୨୫-୨୦.୩୨: ଭିସା ରଦ୍ଦ ହେବା ପରେ ଓଡିଶାରୁ ୧୨ ନାଗରିକଙ୍କୁ ପାକିସ୍ତାନ ପଠାଇବା ପ୍ରକ୍ରିୟା ଆରମ୍ଭ
୨୬ ଏପ୍ରିଲ ୨୦୨୫-୧୭.୨୧: ଇରାନର ବନ୍ଦର ଆବାସର ରଜାଏଲ ପୋର୍ଟରେ ଏକ ଅଏଲ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ସୂଚନା, ୪୦୦ରୁ ଅଧିକ ଆହତ
୨୬ ଏପ୍ରିଲ ୨୦୨୫-୧୬.୪୨: ପହଲଗାମ୍ ଘଟଣା ପରେ ତଲାସୀ ଅଭିଯାନ ଜୋରଦାର,୧୭୫ ସନ୍ଦିଗ୍ଧ ଅଟକ
୨୬ ଏପ୍ରିଲ ୨୦୨୫-୧୬.୪୧: ବାଲେଶ୍ବର ଈସାଣୀ ଗାଁରେ ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ଓ ପୁଅକୁ ପଚରାଉଚୁରା କଲେ ଜାତୀୟ ତଦନ୍ତକାରୀ ସଂସ୍ଥା
୨୬ ଏପ୍ରିଲ ୨୦୨୫-୧୬.୩୦: ପହଲଗାମ ପରିସ୍ଥିତି ପରେ ପ୍ରସାରଣ କଟକଣା, ଜାତୀୟ ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ସମ୍ପର୍କିତ ଦୃଶ୍ୟ ପ୍ରସାରଣ ନ କରିବାକୁ କହିଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
୨୬ ଏପ୍ରିଲ ୨୦୨୫-୧୫.୧୭: ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ
୨୬ ଏପ୍ରିଲ ୨୦୨୫-୧୪.୦୫: ମେ’ ୧୫ରୁ ୨୦ ତାରିଖରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ
୨୬ ଏପ୍ରିଲ ୨୦୨୫-୧୩.୫୦: ଯାଜପୁରରେ ୬ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର ଘଟଣାରେ ୫ ଗିରଫ
୨୬ ଏପ୍ରିଲ ୨୦୨୫-୧୩.୪୦: ଏପ୍ରିଲ ୨୯ରୁ ଜୁନ୍ ୨୭ ଯାଏଁ ରତ୍ନଭଣ୍ଡାର ମରାମତି କାମ ବନ୍ଦ
୨୬ ଏପ୍ରିଲ ୨୦୨୫-୧୨.୨୪: ପହଲଗାମ୍ ହମ୍ଲା : ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍
୨୬ ଏପ୍ରିଲ ୨୦୨୫-୧୨.୧୦: ନୁହ୍ ଜିଲା ଥାନା ଫିରୋଜପୁର ଝିରକା ସୀମା ଅର୍ନ୍ତଗତ ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ, ହୃଦୟବିଦାରକ ସଡକ ଦୁର୍ଘଟଣା,୬ ମୃତ
୨୬ ଏପ୍ରିଲ ୨୦୨୫-୧୧.୧୭: ଲଣ୍ଡନରେ ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ଇଙ୍ଗିତ କଲେ ପାକିସ୍ତାନୀ ସେନା ଅଧିକାରୀ, ଲଣ୍ଡନସ୍ଥିତ ପାକ୍ ଦୂତାବାସ ବାହାରେ ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ ସମୟରେ ଭିଡିଓରେ କଏଦ ହୋଇଛି ପାକ୍ ଅଧିକାରୀଙ୍କ ଇଙ୍ଗିତ
୨୬ ଏପ୍ରିଲ ୨୦୨୫-୧୦.୪୦: ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ବାହାରିଲେ ୫୫୦ ବାଂଲାଦେଶୀ, ଗୁଜରାଟରେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ ସମୟରେ ଧରାପଡ଼ିଲେ ବେଆଇନ ଭାବେ ରହୁଥିଲେ ଏହି ବାଂଲାଦେଶୀ ନାଗରିକ
୨୬ ଏପ୍ରିଲ ୨୦୨୫-୦୯.୩୧: ଭାରତକୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ଧମକ; ସିନ୍ଧୁ ନଦୀରେ ଜଳ ବୋହିବ ନଚେତ ଭାରତୀୟଙ୍କ ରକ୍ତ ବୋହିବ
୨୬ ଏପ୍ରିଲ ୨୦୨୫-୦୯.୦୯: ଆଜି ପୋପଙ୍କୁ ଦିଆଯିବ କବର: ଭାରତୀୟ ସମୟ ୧ଟା ୩୦ରେ ଶେଷକୃତ୍ୟ, ଦିବଙ୍ଗତ ପୋପ୍ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୨୬ ଏପ୍ରିଲ ୨୦୨୫-୦୯.୦୬: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡ୍ରେ ସେନା : ଖୋଜି ଖୋଜି ସମ୍ପୃକ୍ତ ଆତଙ୍କୀଙ୍କ ଘର ଧ୍ବଂସ କରୁଛନ୍ତି ସୁରକ୍ଷାବାହିନୀ, ଆଜି ସୋଫିଆନ୍ ଓ ପୁଲଓ୍ବାମାରେ ମାଟିରେ ମିଶିଲା ଆଉ ଦୁଇ ଆତଙ୍କୀଙ୍କ ଘର
୨୬ ଏପ୍ରିଲ ୨୦୨୫-୦୯.୦୬: ପୁଣି ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ, ସାରାରାତି ବିଭିନ୍ନ ସ୍ଥାନରେ ଗୁଳିମାଡ଼
୨୬ ଏପ୍ରିଲ ୨୦୨୫-୦୮.୫୨: ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ, ଜାମ୍ମୁ-କାଶ୍ମୀର କୁଲଗାମ ଜିଲାର କାଇମୋ ଅନ୍ତର୍ଗତ ଥୋକରପୋରା ଗ୍ରାମରୁ ଗିରଫ କଲା ପୁଲିସ
୨୬ ଏପ୍ରିଲ ୨୦୨୫-୦୭.୫୩: ଆଜିଠୁ ୪ ଦିନ କାଳବୈଶାଖୀ, ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
୨୬ ଏପ୍ରିଲ ୨୦୨୫-୦୭.୪୮: ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାର ଗୁଳିମାଡ଼, ଜବାବ ଦେଲା ଭାରତୀୟ ସେନା, କେହି ମୃତାହତ ହୋଇ ନ ଥିବା ସୂଚନା
Comments are closed.