www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ବିଲାଓ୍ବଲ ଭୁଟ୍ଟୋଙ୍କ ଧମକ; ସିନ୍ଧୁ ନଦୀରେ ଜଳ ବହିବ ନଚେତ ଭାରତୀୟଙ୍କ ରକ୍ତ ବହିବ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ଏହାକୁ ନେଇ ପାକିସ୍ତାନର ବାଚାଳାମୀ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଠୋର ଚେତାବନୀ ପରେ ପାକିସ୍ତାନ ସରକାର ଭୟଭୀତ ହୋଇପଡ଼ିଛନ୍ତି। କିନ୍ତୁ ପାକିସ୍ତାନର ବିରୋଧୀ ନେତାମାନେ ନିଆଁରେ ଘିଅ ଢାଳି ପରିସ୍ଥିତିକୁ ଜଟିଳ କରିବାକୁ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବାକୁ ପାକିସ୍ତାନର ବିରୋଧୀ ଦଳର ନେତାମାନେ ପ୍ରୟାସ କରି ଭାରତକୁ ଧମକ ଦେବା ଆରମ୍ଭ କରିଦେଇଛନ୍ତି। ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ନେଇ ଭାରତ ପଦକ୍ଷେପ ସମ୍ପର୍କରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତକୁ ଧମକ ଦେଇଛନ୍ତି। ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି କହିଛନ୍ତି।

ସିନ୍ଧୁ ନଦୀ ଉପତ୍ୟତା ପାର୍ଶ୍ବବର୍ତ୍ତୀ ସୁକ୍କୁର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଭୁଟ୍ଟୋ କହିଛନ୍ତି, ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେଉଛି। ମୋଦୀ ନିଜର ଦୁର୍ବଳତା ଲୁଚାଇବାକୁ ମିଥ୍ୟା ଅଭିଯୋଗ କରୁଛନ୍ତି। ସେ ଏକପାଖିଆ ଭାବେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ନଦୀ ପାକିସ୍ତାନର। ଏହା ଆମର ହୋଇ ରହିବ। ଏଥିରେ ଜଳ ବୋହିବ ନଚେତ ଭାରତୀୟଙ୍କ ରକ୍ତ ବୋହିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories