www.samajalive.in
Saturday, December 6, 2025
26.1 C
Bhubaneswar

ପହଲଗାଓଁ ଆକ୍ରମଣକାରୀ ଆତଙ୍କବାଦୀଙ୍କ ୨ ସହଯୋଗୀ ଗିରଫ, ୩ ଆତଙ୍କୀଙ୍କ ଘର ଉଡ଼ାଇଲା ସେନା

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଜାମ୍ମୁ-କାଶ୍ମୀର ପୁଲିସ। କୁଲଗାମ ଜିଲା କାଇମୋ ଅନ୍ତର୍ଗତ ଥୋକରପୋରା ଗ୍ରାମରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଶନିବାର ପୁଲିସ ସୂଚନା ଦେଇଛି। ଏମାନେ ଆତଙ୍କବାଦୀଙ୍କୁ ବିଭିନ୍ନ ପ୍ରକାର ସହଯୋଗ କରିଆସୁଥିବା ଜଣାପଡ଼ିଛି। ପହଲଗାଓଁ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ପୁଲିସ ଏବଂ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ଘର ଘର ବୁଲି ସର୍ଚ୍ଚ ଅପରେସନ ଚାଲିଛି। ଏହି ସମୟରେ ଆତଙ୍କୀଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି।

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଧରିବା ଲାଗି ପୁଲିସ ଏବଂ ସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ଅବସରରେ ୩ ଲଶ୍କର ଆତଙ୍କବାଦୀଙ୍କ ଘରକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ମୁରାନ ଗ୍ରାମ ସମେତ ଅନ୍ୟ ୨ଟି ସ୍ଥାନରେ ଥିବା ଏହି ୩ ଆତଙ୍କୀଙ୍କ ଘରକୁ ଉଡ଼ାଇ ଦେଇଛି ସେନା। ଏହା ପୂର୍ବରୁ ଅନ୍ୟ ୨ ଜଣ ଆତଙ୍କବାଦୀଙ୍କ ଘରକୁ ସ୍ଥାନୀୟ ଲୋକେ ଭାଙ୍ଗିଦେବା ସହିତ ନିଆଁ ଲଗାଇ ଦେଇଥିଲେ।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories