www.samajalive.in
Monday, December 8, 2025
27.1 C
Bhubaneswar

୩୦ ଚୋରି ମୋବାଇଲ ଫୋନ ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର

କେନ୍ଦୁଝରଗଡ଼: ବିଭିନ୍ନ ସମୟରେ ଚୋରି ଓ ହଜି ଯାଇଥିବା ୩୦ଟି ମୂଲ୍ୟବାନ ମୋବାଇଲକୁ କେନ୍ଦୁଝର ସାଇବର ପୁଲିସ ପକ୍ଷରୁ ଉଦ୍ଧାର ପରେ ଗୁରୁବାର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦୁଝର ସାଇବର ସେଲ୍ ଓ ସାଇବର ଥାନା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଓ ହଜି ଯାଇଥିବା ୩୦ଟି ମୋବାଇଲକୁ ଉଦ୍ଧାର କରାଯାଇଛି। ଉପଯୁକ୍ତ ପ୍ରମାଣପତ୍ର ଦାଖଲ ପରେ ଗୁରୁବାର ଉଦ୍ଧାର ମୋବାଇଲକୁ ସମ୍ପୃକ୍ତ ମାଲିକଙ୍କୁ ଫେରସ୍ତ କରାଯାଇଛି। ଜିଲା ପୁଲିସ ମୁଖ୍ୟାଳୟରେ ଆଜି ମଧ୍ୟାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଚୋରି ଓ ହଜି ଯାଇଥିବା ମୋବାଇଲ ଉଦ୍ଧାର ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆବଶ୍ୟକ ପ୍ରମାଣପତ୍ର ଦାଖଲ ପରେ ଉଦ୍ଧାର ମୋବାଇଲକୁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏସ୍‌ପି ପ୍ରଦାନ କରିଛନ୍ତି। ତେବେ ୩୦ଟି ମୋବାଇଲ ଉଦ୍ଧାର ଘଟଣାରେ ପୁଲିସ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ନ ଥିବାବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଆରକ୍ଷୀ ଅଧିକ୍ଷକ କୁଶଲକର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଏହା କହିଛନ୍ତି। ଏଥିସହ ପୁଲିସ ପକ୍ଷରୁ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବା ସହ ପୁଲିସ ଜନସାଧାରଣଙ୍କ ଅଧିକ ଆସ୍ଥାଭାଜନ ନେଇ ତା’ର ଉଦ୍ୟମ ଜାରି ରଖିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories