www.samajalive.in
Friday, December 12, 2025
14.1 C
Bhubaneswar

ବନ୍ଧାହେଲେ ଖଣି ଅଧିକାରୀ

କେନ୍ଦୁଝରଗଡ଼: କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ଖଣି ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ। ଗିରଫ ହେଲେ ଖଣି ଅଧିକାରୀ ପଦ୍ମନାଭ ହୋତା। ଭିଜିଲାନ୍ସ ପକ୍ଷରୁ ବୁଧବାର ପଦ୍ମନାଭ ହୋତାଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ ବାସଭବନ ସମେତ ଭୁବନେଶ୍ୱର, ଭବାନୀପାଟଣା ଓ ଯାଜପୁର ଜିଲାରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ପରେ ଏକାଧିକ ଗୃହ ଓ ପ୍ଲଟ୍ ସମେତ ବିପୁଳ ପରିମାଣର ସମ୍ପତ୍ତି ଥିବା ଜଣାପଡ଼ିଛି। ଖଣି ଅଧିକାରୀଙ୍କ ନାମରେ କେନ୍ଦୁଝର ଜଗନ୍ନାଥପୁରଠାରେ ୧୦ହଜାର ବର୍ଗ ଫୁଟର ଏକ ଦ୍ୱିତଳ ପ୍ରାସାଦ ସମେତ ଭୁବନେଶ୍ୱର କରୋଡକଣ୍ଟାଠାରେ ୫୮୦୦ ବର୍ଗ ଫୁଟର ୪ମହଲା ଘର, ୨ଟି ବେନାମି ଗୃହ, ୧୪ଟି ପ୍ଲଟ, କେନ୍ଦୁଝର ଜିଲା ଘସିପୁରା ତହସିଲ ଅଧିନ ମଦନପୁରଠାରେ ୫ଏକର ଜମିରେ ନିର୍ମିିତ ଏକ ଫାର୍ମ ହାଉସ୍‌‌ ସହ ୭୦ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ, ୫୩ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧ଲକ୍ଷ ଟଙ୍କା ନଗଦ ଅର୍ଥ, ୩୦୦ଗ୍ରାମର ସୁନା ଠାବ କରିଥିଲା ଭିଜିଲାନ୍ସ। ସମସ୍ତ ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ଭିଜିଲାନ୍ସ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories