ଦୁଇଦିନ ବିଧାନସଭା ଛୁଟି

ଭୁବନେଶ୍ବର: ଦୁଇଦିନ ବିଧାନସଭା ଛୁଟି ରହିବ। ନଭେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ବିଧାନସଭା ଛୁଟି ନେଇ ବାଚସ୍ପତି ସୁରମା ପାଢୀ ଗୃହରେ ଘୋଷଣା କରିଛନ୍ତି। ଏହି ଦୁଇଦିନର ପ୍ରଶ୍ନ ଡିସେମ୍ବର ୨ରେ ଆଲୋଚନା କରାଯିବ ବୋଲି ଶ୍ରୀମତୀ ପାଢୀ ଘୋଷଣା କରିଛନ୍ତି। ପୂର୍ବରୁ ସର୍ବଦଳୀୟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିଲା। ଗୃହକୁ ଆସନ୍ତା ୨ତାରିଖ ଯାଏ ମୁଲତବୀ ରଖାଯାଇଛି।

Comments are closed.