www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟଙ୍କୁ କିମିଆ କରୁଛି କ୍ରେଡିଟ୍ କାର୍ଡ

ଭୁବନେଶ୍ବର : ପାର୍ବଣ ଋତୁ ସମୟରେ ଦେଶରେ କ୍ରେଡିଟ୍ କାର୍ଡ ଖର୍ଚ୍ଚ ୨ ଲକ୍ଷ ପାର୍ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁସାରେ ଅକ୍ଟୋବରରେ କ୍ରେଡିଟ୍ କାର୍ଡ ଖର୍ଚ୍ଚ ୨.୦୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି ଯାହା ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ । ତଥ୍ୟ ଅନୁସାରେ ସିଷ୍ଟମରେ ବକେୟା କ୍ରେଡିଟ କାର୍ଡ ୧୨.୮୫ ପ୍ରତିଶତ ବୃଦ୍ଧି ପାଇ ୧୦୬.୮୮ ମିଲିୟନ୍ ହୋଇଯାଇଛି ଯାହା ସେପ୍ଟେମ୍ବରରୁ ୦.୭୪ ପ୍ରତିଶତ ଅଧିକ ।

ଏଚଡିଏଫସି ବ୍ୟାଙ୍କ ୨,୪୧,୧୧୯ଟି କ୍ରେଡିଟ୍ କାର୍ଡ ଜାରି କରି ଚାର୍ଟରେ ସବୁଠାରୁ ଆଗରେ ରହିଛି । ଏହା ପରେ ଷ୍ଟେଟବ୍ୟାଙ୍କ ୨,୨୦,୨୬୫ଟି କାର୍ଡ ଓ ଆଇସିଆଇସିଆଇ ବ୍ୟାଙ୍କ ୧,୩୮,୫୪୧ଟି କାର୍ଡ ଜାରି କରିଛି । ଇତି ମଧ୍ୟରେ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୟୁପିଆଇ ଆଧାରିତ ଡିଜିଟାଲ ପୈଠ ବୃଦ୍ଧି କାରଣରୁ ଡେବିଟ୍ କାର୍ଡ ଆଧାରିତ ନେଣଦେଣ ଅଗଷ୍ଟରେ ୪୩ ହଜାର ୩୫୦ କୋଟି ଟଙ୍କାରୁ ପ୍ରାୟ ୮ ପ୍ରତିଶତ ହ୍ରାସ ପାଇ ୩୯ ହଜାର ୯୨୦ କୋଟି ଟଙ୍କା ହୋଇଛି ।

- Advertisement -

ଅନ୍ୟପଟେ ଦେଶରେ କ୍ରେଡିଟ୍ କାର୍ଡ ନେଣଦେଣ ବଢିଛି । ସେପ୍ଟେମ୍ବର ମାସରେ ପ୍ରାୟ ୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଅଗଷ୍ଟରେ ୧.୬୮ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୧.୭୬ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ବଜାର ସୂଚନା ଅନୁସାରେ ଗତ ବର୍ଷ ଏବଂ ପାର୍ବଣ ଋତୁରେ ଲୋୟର ବେସ୍ କାରଣରୁ କ୍ରେଡିଟ୍ କାର୍ଡ ଖର୍ଚ୍ଚରେ ବୃଦ୍ଧି ହୋଇଛି । ପାର୍ବଣ ଋତୁ ସମୟରେ ମାସିକ କିସ୍ତି ସୁବିଧା ଭଳି ଅନେକ ସ୍କିମ୍ ଆସିଥାଏ ଏବଂ ଏହି କାରଣରୁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର ହୋଇଥାଏ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories