www.samajalive.in
Monday, December 8, 2025
14.1 C
Bhubaneswar

ବାଂଲାଦେଶରେ କାହିଁକି ଗିରଫ ହେଲେ ହିନ୍ଦୁ ସାଧୁ ଚିନ୍ମୟ ଦାସ

ଡେସ୍କ: ବାଂଲାଦେଶର ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କ୍ରିଷ୍ଣା ଚେତନା (ଇସ୍କନ)ର ପୂର୍ଣ୍ଣକାଳୀନ ସଦସ୍ୟ ତଥା ବୈଷ୍ଣବ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ସୋମବାର (ନଭେମ୍ବର ୨୫, ୨୦୨୪) ଢାକା ମେଟ୍ରୋପଲିଟାନ ପୁଲିସ ଗିରଫ କରିବା ପରେ ଢାକାର ଶାହବାଗ ଅଞ୍ଚଳ ଏବଂ ଚିଟଗାଙ୍ଗରେ ତାଙ୍କୁ ମୁକ୍ତ କରିବା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଗତକାଲି (ନଭେମ୍ବର ୨୬) ଚିନ୍ମୟ କୃଷ୍ଣ ଦାସଙ୍କ ଓକିଲ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ସୈଫୁଲ ଇସଲାମ ହିନ୍ଦୁ ନେତାଙ୍କ ସୁରକ୍ଷା କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ପ୍ରାଣ ହରାଇଥିଲେ। ପରେ ଚିଟଗାଙ୍ଗ କୋର୍ଟ ଚିନ୍ମୟ କୃଷ୍ଣ ଦାସ ଜାମିନ ନାମଞ୍ଜୁର କରି ଜେଲ ପଠାଇ ଦେଇଥିଲେ। ଏହି ହିଂସାକାଣ୍ଡର ସିସିଟିଭି ଫୁଟେଜ୍ ଆଧାରରେ କର୍ତ୍ତୃପକ୍ଷ ଅକ୍ଟୋବର ମାସରେ ସରକାର ନିଷିଦ୍ଧ ହୋଇଥିବା ଆୱାମୀ ଲିଗର ଛାତ୍ର ଶାଖା ର ଅତି କମରେ ୬ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।

- Advertisement -

ସେହିଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା ଯେତେବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଦାସଙ୍କୁ ଗିରଫ କରିବା ଏବଂ ଜାମିନ ନାମଞ୍ଜୁର କରିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲା। ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାର ହିନ୍ଦୁ ଏବଂ ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବୈଦେଶିକ ମନ୍ତ୍ରଣାଳୟର ବିବୃତିରେ ଆହ୍ୱାନ ଦିଆଯାଇଛି।

ଚିନ୍ମୟ କୃଷ୍ଣ ଦାସ କିଏ?
ଚିନ୍ମୟ କୃଷ୍ଣ ଦାସ, ଚନ୍ଦନ କୁମାର ଧର ନାମରେ ମଧ୍ୟ ପରିଚିତ, ବାଂଲାଦେଶର ବୈଷ୍ଣବମାନଙ୍କ ର ଏକ ପ୍ରମୁଖ କେନ୍ଦ୍ର ଚିଟଗାଙ୍ଗ/ଚଟ୍ଟୋଗ୍ରାମର ପୁଣ୍ଡରିକ୍ ଧାମର ନେତୃତ୍ୱ ନେଉଥିବା ଜଣେ ସାଧୁ। ସେ ସନାତନୀ ସଂଗଠନ ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ଜୋତର ମୁଖପାତ୍ର ମଧ୍ୟ ଅଟନ୍ତି। ବହିଷ୍କାର ହେବା ବେଳକୁ ଶ୍ରୀ ଦାସ ଇସ୍କନର ସଦସ୍ୟ ଥିଲେ।

ବାଂଲାଦେଶରେ ଯଥେଷ୍ଟ ଅନୁଗାମୀ ଥିବା ଶ୍ରୀ ଦାସ ନିୟମିତ ଭାବେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ଓକିଲାତି କରି ଆସୁଛନ୍ତି ଏବଂ ୨୦୨୪ ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ସରକାର ପତନ ପରେ ବିଶେଷ ଭାବେ ଚର୍ଚ୍ଚାରେ ଅଛନ୍ତି। ସେବେଠାରୁ ଶ୍ରୀ ଦାସ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମେତ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ଅନୁରୋଧ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଅଭିଯୋଗ କରିଥିଲେ ଯେ ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତିକାଳୀନ ସରକାର ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତି କମରେ ୩, ହଜାର ଆକ୍ରମଣକୁ ରୋକିବାରେ ବିଫଳ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories