www.samajalive.in
Friday, December 5, 2025
17.1 C
Bhubaneswar

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ନେଇ କ’ଣ କହିଲେ ମମତା ବାନାର୍ଜୀ

ଡେସ୍କ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଡ଼ୋଶୀ ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏହା ଅନ୍ୟ ଦେଶର ହୋଇଥିବାରୁ ସେ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି। ମମତା ବାନାର୍ଜୀ ବିଧାନସଭାରେ କହିଛନ୍ତି ଯେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ କରିବେ ଏବଂ ରାଜ୍ୟ ସରକାର କେନ୍ଦ୍ରର ନିଷ୍ପତ୍ତିକୁ ମାନିବେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବାଂଲାଦେଶ ଏକ ଅଲଗା ଦେଶ। ଭାରତ ସରକାର ଏଥିପ୍ରତି ଦୃଷ୍ଟି ଦେବେ। ଏହା ଆମ ଅଧୀନରେ ଆସୁନାହିଁ। ଆମେ ଏହା ବିଷୟରେ କଥା ହେବା ଉଚିତ ନୁହେଁ କିମ୍ବା ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଯଦିଓ ଆମେ (ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ) ଗଭୀର ଦୁଃଖିତ, ତଥାପି ଆମେ କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ ନୀତିକୁ ଅନୁସରଣ କରୁଛୁ।

- Advertisement -

ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ଇସ୍କନ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ତେବେ ଇସ୍କନ୍ ଅଧିକାରୀଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ସେ କୌଣସି ସୂଚନା ଦେଇନାହାନ୍ତି।

ଇସ୍କନ୍ ସନ୍ଥ ଚିନ୍ମୟ କୃଷ୍ଣ ଦାସ ଗିରଫ ହେବା ଓ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ପରେ ବାଂଲାଦେଶରେ ଉତ୍ତେଜନା ଲାଗି ରହିଛି। ଭାରତର ସମସ୍ତ ନେତା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ବରିଷ୍ଠ ନେତା ସୌଗତ ରାୟ ମଧ୍ୟ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories