www.samajalive.in
Friday, December 5, 2025
20.1 C
Bhubaneswar

୧୯ ଲକ୍ଷ ନକଲି ନୋଟ୍‌ ଜବତ, ୨ ଅଟକ

ବ୍ରହ୍ମପୁର: ଝୁମର ଲାଇଟ୍‌ ଯୋଗାଣ ନାଁରେ ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧୯ ଲକ୍ଷ ଟଙ୍କା ଠକେଇ ଉଦ୍ୟମ ହୋଇଛି। ଅଭିଯୁକ୍ତମାନେ ସଂପୃକ୍ତ ବ୍ୟବସାୟୀଙ୍କୁ ୧୯ ଲକ୍ଷ ଟଙ୍କାର ନକଲି ନୋଟ ଧରାଇ ଦେଇ ଚମ୍ପଟ ମାରୁଥିବା ବେଳେ ବ୍ରହ୍ମପୁର ପୁଲିସର ତତ୍କାଳ ପଦକ୍ଷେପ ଯୋଗୁଁ ସେମାନେ ଧରାପଡ଼ି ଯାଇଛନ୍ତି।  ପୁଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୬ ଲକ୍ଷ ଟଙ୍କା ଉଦ୍ଧାର କରିଛି। ସେହିପରି ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ଦେଇଥିବା ୧୯ ଲକ୍ଷ ଟଙ୍କାର ନକଲି ନୋଟ ମଧ୍ୟ ଜବତ ହୋଇଛି।

ଠକେଇ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ଅଜୟ ମହାପାତ୍ର ଓ ଶିବଶଙ୍କର ପାତ୍ର ନାମକ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାପ୍ରକାରେ, ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁ ଝୁମର ଲାଇଟ୍‌ କିଣିବା ପାଇଁ କଟକର ଉପରୋକ୍ତ ୨ ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଆସିଥିଲେ। ଉଭୟ ପକ୍ଷ ମଧ୍ୟରେ ୬୦ ଲକ୍ଷ ଟଙ୍କାର ଝୁମର କିଣାବିକା ନେଇ କଥାବାର୍ତ୍ତା ହୋଇଥିଲା। ହେଲେ ୬୦ ଲକ୍ଷର ଝୁମର ଯୋଗାଇବା ପାଇଁ ଅଗ୍ରିମ ବାବଦକୁ ନଗଦ ୨୦ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ଅଭିଯୁକ୍ତମାନେ କହିଥିଲେ। ଗତକାଲି ଖୋଡାସିଂ ଠାରେ ସେମାନେ ବ୍ୟବସାୟୀ ପ୍ରମୋଦଙ୍କୁ ଝୁମର ସାମ୍ପୁଲ(ନମୁନା) ଦେଖାଇଥିଲେ। ବ୍ୟବସାୟୀ ପ୍ରମୋଦ ୧୭ ଲକ୍ଷ ଟଙ୍କା ଏକାଠି କରି ଅଗ୍ରିମ ବାବଦକୁ ଦେବେ ବୋଲି କହିଥିଲେ। ଆଜି ଅଭିଯୁକ୍ତମାନେ ଅଗ୍ରିମ ଟଙ୍କା ଦେବାକୁ ପ୍ରମୋଦକୁ ନୂଆ ବସଷ୍ଟାଣ୍ଡ ନିକଟକୁ ଡାକିଥିଲେ।

- Advertisement -

ବ୍ୟବସାୟୀ ପ୍ରମୋଦ ଓ ଜଣେ ସହଯୋଗୀ ଟଙ୍କା ଭର୍ତ୍ତି ଟ୍ରଙ୍କ ଧରି ନୂଆ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ସେହି ଟଙ୍କା ଭର୍ତ୍ତି ଟ୍ରଙ୍କ ଓ ସେଥିରେ ପଡ଼ିଥିବା ତାଲାକୁ ଦେଖିବା ପରେ କିଛି ଘଣ୍ଟା ପରେ ଉକ୍ତ ଟ୍ରଙ୍କକୁ ନେଇଯିବେ ବୋଲି କହିଥିଲେ। ହେଲେ ସେହି ଟ୍ରଙ୍କଟି ପ୍ରମୋଦଙ୍କ ସହଯୋଗୀ ନିଜ ପାଖରେ ରଖିଥିଲେ ସୁଦ୍ଧା ସେଥିରେ ଅଭିଯୁକ୍ତମାନେ ନୂତନ ତାଲା ପକାଇ ତା’ର ଚାବି ନେଇଯାଇଥିଲେ। ସୁଯୋଗ ଦେଖି ଅଭିଯୁକ୍ତମାନେ ଟ୍ରଙ୍କର ତାଲା ଖୋଲି ସେଥିରୁ ଅସଲି ୧୯ ଲକ୍ଷ ଟଙ୍କା ବାହାର କରି ସେଥିରେ ନକଲି ୧୯ ଲକ୍ଷ ଟଙ୍କାର ନୋଟ ଭର୍ତ୍ତି କରି ଦେଇଥିଲେ। କିଛି ସମୟ ପରେ ପ୍ରମୋଦଙ୍କ ସହଯୋଗୀଙ୍କୁ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇ ଏକ ସ୍ଥାନକୁ ଆସିବାକୁ କହିଥିଲେ।ହେଲେ ଟ୍ରଙ୍କଟି ପୂର୍ବାପେକ୍ଷା ଭାରି ଲାଗିବାରୁ ଏ ନେଇ ସନ୍ଦେହ ହେବାରୁ ପ୍ରମୋଦ ଓ ତାଙ୍କ ସହଯୋଗୀ ଟ୍ରଙ୍କ ଚାବି ଭାଙ୍ଗି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସେଥିରୁ ନକଲି ନୋଟ ବାହାରିବାରୁ ପ୍ରମୋଦ ବୈଦ୍ୟନାଥପୁର ଥାନା ପୁଲିସକୁ ଖବର ଦେଇଥିଲେ।

ଏହାପରେ ବ୍ରହ୍ମପୁର ଏସପିଙ୍କ ନିର୍ଦେଶକ୍ରମେ ବୈଦ୍ୟନାଥପୁର ଥାନା, ଗୋପାଳପୁର ଥାନା ଓ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକାଧିକ ଟିମ ଉପରୋକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ା ଅଭିଯୁକ୍ତଙ୍କୁ ସହରର ନିକଟରୁ କାବୁ କରାଯିବା ପରେ ବୈଦ୍ୟନାଥପୁର ଥାନାକୁ ନିଆଯାଇଥିଲା। ସେମାନଙ୍କ ନିକଟରୁ ନଗଦ ୧୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ତଦନ୍ତ ପରେ ଅସଲି ନୋଟ୍‌ ବଦଳରେ ନକଲି ନୋଟ ଦେଇ ଅଭିଯୁକ୍ତମାନେ ପ୍ରମୋଦଙ୍କୁ ଠକେଇ କରିବାକୁ ଉଦ୍ୟମ କରିଥିବା ପୁଲିସ ସ୍ପଷ୍ଟ ହୋଇଥିଲା। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories