www.samajalive.in
Monday, December 15, 2025
24.1 C
Bhubaneswar

୧୪ ମାସର ଯୁଦ୍ଧରେ ବିରାମ, ଅନେକ କ୍ଷତି ସହିଲା ହିଜବୁଲ୍ଲା

ନୂଆଦିଲ୍ଲୀ : ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ୧୪ ମାସ ଧରି ଲାଗିଥିବା ଯୁଦ୍ଧରେ ବିରାମ ଲାଗିଛି । ଇସ୍ରାଏଲ ସହ ଲଢେଇରେ ହିଜବୁଲ୍ଲାକୁ ବହୁତ କ୍ଷତି ସହିବାକୁ ପଡିଛି । ହିଜବୁଲ୍ଲାର ଅନେକ ସୈନିକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।

ହିଜବୁଲ୍ଲା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧରେ ହମାସକୁ ସମର୍ଥନ କରିଛି । ଗାଜାରେ ଅସ୍ତ୍ରବିରତି କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କିନ୍ତୁ ୧୪ ମାସ ପରେ ମଧ୍ୟ ହିଜବୁଲ୍ଲା ସଫଳ ହୋଇପାରିଲାନି । ବରଂ ଯୁଦ୍ଧରେ ହିଜବୁଲ୍ଲାକୁ ଅନେକ କ୍ଷତି ସହିବାକୁ ପଡିଲା । ଅନେକ ବେସ୍ କ୍ୟାମ୍ପ ଧ୍ବସଂ ପାଇଛି । ଇସ୍ରାଏଲର ଆକ୍ରମଣରେ ହିଜବୁଲ୍ଲାର ଅନେକ କମାଣ୍ଡରଙ୍କ ମୃତ୍ୟୁ ହୋଇଛି । ଏଥିରେ ମୁଖ୍ୟ ନସରଲ୍ଲାହ ମଧ୍ୟ ସାମିଲ । ସେ ୩୦ ବର୍ଷ ଧରି ହିଜବୁଲ୍ଲାହର ସେକ୍ରେଟେରୀ ଜେନେରାଲ ଥିଲେ ।

- Advertisement -

ଯୁଦ୍ଧ ବିରାମ ଚୁକ୍ତି ଅନୁସାରେ ହିଜବୁଲ୍ଲାକୁ ଇସ୍ରାଏଲ ଲେବାନନ୍ ବର୍ଡରରୁ ୨୫ କିଲୋମିଟର ପଛକୁ ହଟିବାକୁ ହେବ । ଏହା ଫଳରେ ଉତ୍ତର ଇସ୍ରାଏଲ ପାଇଁ ହିଜବୁଲ୍ଲାର ବିପଦ କମ୍ ହୋଇଯିବ । ହିଜବୁଲ୍ଲାର ରାଜନୈତିକ ପଦ ମଧ୍ୟ ପ୍ରଭାବିତ ହୋଇଛି । ସମୁହ ୧୪ ମାସର ଅଭିଯାନକୁ ବିଜୟ ବୋଲି କହିଛି । ହିଜବୁଲ୍ଲାହ ଦିନେ ଇରାନର ସବୁଠାରୁ ମଜଭୁତ ପ୍ରତିନିଧି ଥିଲା । କିନ୍ତୁ ୧୪ ମାସ ପରେ ଆଉ ହିଜବୁଲ୍ଲା ଆଉ ଆଗଭଳି ମଜଭୁତ ସମୁହ ହୋଇରହିନି । ହମାସକୁ ସୈନ୍ୟ ରୂପେ ମଧ୍ୟ କ୍ଷତି ହୋଇଛି । ଅନେକ ପ୍ରମୁଖ ନେତା ଓ କମାଣ୍ଡର ନିହତ ହୋଇଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories