ସନ୍ଧ୍ୟା ୬ଟା ମୁଖ୍ୟ ଖବର

କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ..

ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି ମାର୍ଲନ୍ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ ବାସନ୍ଦ କଲା ଆଇସିସି..

୧୦ ଦିନ ଭିତରେ ଡିପ୍‌ଫେକ୍‌ ବିରୋଧରେ ଲାଗୁ ହେବ ନୂଆ ଆଇନ: ଅଶ୍ବିନୀ ବୈଷ୍ଣବ..

ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଥିବା ଏକ ଘରୋଇ କଲେଜ ଛାତ୍ରାବାସରେ ଅଗ୍ନିକାଣ୍ଡ, ୨ ଆହତ..

ଜବ୍‌ କାର୍ଡଧାରୀଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଧୀନ ବଡ୍‌କର୍ଲାକୋଟ ଜିଆରଏସ୍‌ ଏମ୍‌. ପାଣିଗ୍ରାହୀ.. ମାଡ଼ିବସିଲା ଭିଜିଲାନ୍ସ..

ଓଡ଼ିଶା ପୁଲିସକୁ ଅଭିନେତା ଅନୁପମ ଖେରଙ୍କ ପ୍ରଶଂସା.. ଏ ନେଇ ଟ୍ୱିଟ କରିଛନ୍ତି ଅନୁପମ.. ଏହି ଟ୍ୱିଟରେ ସେ ଏକ ୪୭ ସେକେଣ୍ଡର ଭିଡିଓ କରିଛନ୍ତି ସେୟାର .. ଯେଉଁଥିରେ ଶ୍ରୀମନ୍ଦିରରେ କାର୍ଯ୍ୟରତ ଓଡିଶା ପୁଲିସର କର୍ମଚାରୀମାନେ ବୟସ୍କ ଏବଂ ଦିବ୍ୟାଙ୍ଗମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାରେ ସହାୟତା କରୁଛନ୍ତି..

କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା.. ସଂସ୍କୃତି ମନ୍ତ୍ରଣାଳୟ କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ପର୍ବର ମାନ୍ୟତା ଦାବିକୁ କରିଛି ପ୍ରତ୍ୟାଖ୍ୟାନ..

ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଧବଳେଶ୍ବରଙ୍କ ବଡଓଷା ଏବଂ ପଞ୍ଚକ ଆରମ୍ଭ .. ପୀଠରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା..

ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚୁକ ବ୍ରତ.. ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଏହି ପାଞ୍ଚଦିନ ଆକର୍ଷଣୀୟ ବେଶ କରାଯିବ..

ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିନ.. ଆଜି ବି ଚାଲି ପାରିଲା ନାହିଁ ଗୃହ..

ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା.. କଲେଜ ଗେଟ୍‌‌ରେ ତାଲା ପକାଇ ରାଜପଥ ଅବରୋଧ..

 

 

Comments are closed.