ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅଷ୍ଟ୍ରେଲିଆ-ଇଣ୍ଡିଆ ଟକ୍କର.. ଭାରତକୁ ଟାର୍ଗେଟ ୨୦୦ ରନ.. ୪୯.୩ ଓଭରରେ ୧୯୯ ରନ୍ କରି ଅଷ୍ଟ୍ରେଲିଆ ଦଳ ଅଲଆଉଟ..

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି.. ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ..

ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା.. ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ନଥିବା ୨୮ଟି ମୃତଦେହର ସଂସ୍କାର ହେବ.. ସମ୍ପୂର୍ଣ୍ଣ ପ୍ରକ୍ରିୟାର ହେବ ଭିଡିଓଗ୍ରାଫି..

prayash

ସ୍ବର୍ଗତ ବିଶ୍ବନାଥ ପଣ୍ଡିତଙ୍କ ସ୍ମୃତିରେ ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ୍.. ଘୋଷଣା କଲେ ମୁଖ୍ୟମନ୍ତ୍ରୀ..

ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ.. ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ.. ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର.. ଜ୍ୟୋତିପ୍ରକାଶ ଦାସ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ.. ରାମାଶିଷ ହାଜରା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି(ଅତିରିକ୍ତ ଦାୟିତ୍ୱ)..

୯୧ତମ ବାୟୁସେନା ଦିବସ ଅବସରରେ ନୂଆ ପ୍ରତୀକ ଉନ୍ମୋଚନ କଲେ ବାୟୁସେନା ମୁଖ୍ୟ..

ଇସ୍ରାଏଲର ଯୁଦ୍ଧ ଘୋଷଣା ପରେ ଉଭୟ ଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ଭାରତ.. ଘରୁ ନ ବାହାରିବାକୁ ପରାମର୍ଶ..

Comments are closed.