www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ORHDC ଓ ମେଟ୍ରୋ ବିଲ୍ଡର୍ସ ଦୁର୍ନୀତି ମାମଲା: ORHDCର ପୂର୍ବତନ ଏମଡି ଆଇଏଏସ ବିନୋଦ କୁମାର, ମେଟ୍ରୋ ବିଲ୍ଡର୍ସର ନିର୍ଦେଶକ ପୀୟୂଷ ମହାନ୍ତି, ମେଟ୍ରୋ ବିଲ୍ଡର୍ସ ଏମ୍‌ଡି ମହମ୍ମଦ ମୋକିମ ଓ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‌; ଜେଲ ଦଣ୍ଡାଦେଶ ଶୁଣାଇଲେ ସ୍ପେଶାଲ ଜଜ୍‌ ଭିଜିଲାନ୍ସ..

ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ..

- Advertisement -

ଆସାମର ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ି ଖବର ଆସିଛି.. ଧୁବ୍ରି ଜିଲାରେ ଘଟିଛି ଏହି ଅଘଟଣ। ଡଙ୍ଗାରେ ୨୦ ଜଣ ଯାତ୍ରୀ ଥିଲେ.. ସେମାନଙ୍କ ମଧ୍ୟରୁ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି..

ଓଡ଼ିଶାରେ ଚାଲିଛି କୁଶାସନ: ଜେପି ନଡ୍ଡା..

ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା.. ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟ ଯାଏଁ ବିଶାଳ ବାଇକ ରାଲି ଯୋଗେ ଶୋଭାଯାତ୍ରା କରିଛନ୍ତି.. ପରେ ଭୁବନେଶ୍ଵର ସ୍ଥିତ ଜନତା ମଇଦାନ ଠାରେ  ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ.. ଏହି ଅବସରରେ ମଞ୍ଚରୁ ନଡ୍ଡା ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ବର୍ଷିଛନ୍ତି..

ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ.. ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସାଳନ୍ଦୀ କେନାଲ ଡିଜନର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ କ୍ବାର୍ଟରରେ ଚଢ଼ାଉ କରିଛି.. ସରକାରୀ କ୍ୱାର୍ଟର ସମେତ ଶ୍ରୀମନ୍ତଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବା ଜଣାପଡିଛି..

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଇଡ଼କୋ ସହକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରିଛି.. ଭିଜିଲାନ୍ସ ଏକ ସଂଗେ ୭ଟି ସ୍ଥାନରେ ଚଢ଼ାଉ କରିଥିବା ସୂଚନା ମିଳିଛି..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories