ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୧୦ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି.. ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିକୁ ୱାର୍ଣ୍ଣିଂ..

ବାତ୍ୟାପ୍ରବଣ ମେ’ ମାସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ.. ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ.. ପ୍ରସ୍ତୁତି ଓ ନିର୍ଦ୍ଦେଶ ନେଇ ଏସଆରସି ସତ୍ୟବ୍ରତ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ..

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କଲେ ରଞ୍ଜନ କୁମାର ଦାସ..

ଏନସିପି ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା.. ଏନସିପି ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କଲେ..

ବଙ୍ଗୋପସାଗରରେ ମେ’ ୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା.. ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି.. ଘୂର୍ଣ୍ଣିବଳୟ ସୃଷ୍ଟିର ୪୮ ଘଣ୍ଟା ପରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର..

prayash

କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ିକୁ ଧକା ଦେଲା ମୋ ବସ୍..

ଭୁବନେଶ୍ୱର : ଆସନ୍ତା ୫ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା.. ଘଡଘଡି ସହ ହୋଇପାରେ କୁଆପଥର ବର୍ଷା.. କାଳବୈଶାଖୀ ପ୍ରଭାବରେ ଆକାଶ ମେଘୁଆ ରହିଛି..

ରାଜ୍ୟରେ ଦିନକରେ ଆଉ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ.. ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୩୦କୁ ବୃଦ୍ଧି.. ଦିନକରେ ସୁସ୍ଥ ହେଲେ ୧୨୭ କରୋନା ଆକ୍ରାନ୍ତ..

ଆସନ୍ତା ୨ ଦିନ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ.. ୪ ଓ ୫ ତାରିଖ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ.. ୫ରେ ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ଦେଶରେ ହ୍ରାସ ହେଉଛି ଦୈନିକ ସଂକ୍ରମଣ.. ଚିହ୍ନଟ ହେଲେ ୩,୩୨୫ ଆକ୍ରାନ୍ତ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୧୭୫ରେ ପହଞ୍ଚିଛି..

Comments are closed.