www.samajalive.in
Tuesday, December 9, 2025
16.1 C
Bhubaneswar

ପଞ୍ଚମ ସହିଦ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଟିକାବାଲି ଟିମ୍ ଚାମ୍ପିୟନ୍

ଫୁଲବାଣୀ:ସହିଦ୍ ଯୋଦ୍ଧାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ରିଜର୍ଭ ଗ୍ରାଉଣ୍ଡଠାରେ ଚାଲିଥିବା ପଞ୍ଚମ ସହିଦ୍ ମୋମେରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ ଜିଲା ପୁଲିସ୍ ଟିମ୍ ଓ ଟିକାବାଲି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆଜି ଅନୁଷ୍ଠିତ ମ୍ୟାଚ୍ ରେ ଜିଲା ପୁଲିସ୍ ଟିମ୍ ଟଚ୍ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୯ ରନ୍ କରିଥିବା ବେଳେ ଏହାର ଜବାବରେ ଟିକାବାଲି ଟିମ୍ ୧୮ ଓଭରରେ ୮ ଉଇକେଟ୍ ହରାଇ ୧୨୧ ରନ୍ କରି ବିଜୟ ହୋଇଛନ୍ତି । ଟିକାବାଲି ଦଳ ୨ ଉଇକେଟ୍ରେ ବିଜୟ ଲାଭ କରି ଚମ୍ପିଆନ୍ ହୋଇଛନ୍ତି।

 

- Advertisement -

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଏସ୍.ପି ବିପିନ ବିହାରୀ ବେହେରା, ଡ଼େପୁଟି କମାଣ୍ଟେଟ୍ ସନ୍ତୋଷ କୁମାର ଦଣ୍ଡସେନା , ଡିଏସ୍‌ପି କେ.ପି.ପଟନାୟକ, ଡିଏସ୍‌ପି ଆଲବିନେସ୍ କେରେକେଟା ଓ ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ସମେତ ପୁଲସ୍ କନେଷ୍ଟବଳ ସଂଘର ସଭାପତି ଓ ସଂପାଦକ ପ୍ରମୁଖ ଏଥିରେ ଅତିଥିଭାବେ ଯୋଗଦେଇ ଚମ୍ପିଆନ୍ ଦଳ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରିଜର୍ଭ ଇନିସେପକ୍ଟର ଧର୍ମେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଟିକାବାଲି ଟିମ୍ ର ସମସେର ଆଜମ୍ ରିଜିବି, ମ୍ୟାନ୍ ଅଫ୍ ଦି ସିରିଜି ଭାବେ ଜିଲା ପୁଲିସ୍ ଟିମର ଅମରେଶ୍ୱର ପାତ୍ର, ଶ୍ରେଷ୍ଠ ଫିଲଡ଼ର ଭାବେ ଜିଲା ପୁଲିସ୍ ଟିମ୍ ର ଦିପକ ନାୟ , ଓ ଶ୍ରେଷ୍ଠ ଏନାରଜେଟିକ୍ ଖେଳାଳି ଭାବେ ଟିକାବାଲି ଟିମ୍ ର ପ୍ରକାଶ କହଁର, ଶ୍ରେଷ୍ଠ ହିଟିଙ୍ଗ୍ ବେଟସମେନ୍ ଭାବେ ଜିଲା ପୁଲିସ୍ ଟିମର ଶୁଶିଳ କହଁରଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଥିରେ ଜିଲାର ୧୨ ଟି ବ୍ଳକର ୧୨ଟି ଟିମ୍ ଭାଗନେଇଥିଲେ। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ଜିଲା କନେଷ୍ଟବଳ ସଂଘ ସମେତ ସର୍ଜେଣ୍ଟ ସରୋଜ ବେହେରା ଓ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories