www.samajalive.in
Monday, December 15, 2025
17.1 C
Bhubaneswar

୫-ଟି ସଚିବଙ୍କ ରାୟଗଡା ଜିଲା ଗସ୍ତ-ବିଜୁ ଏକ୍ସପ୍ରେସ ସଡ଼କ ଯୋଜନାରେ ୧୨୦୦ କୋଟି ମଞ୍ଜୁର 

ରାୟଗଡା: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇ ଦିନିଆ ରାୟଗଡା ଜିଲା ଗସ୍ତ ସମୟରେ ଜିଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

୫-ଟି ସଚିବ ଶ୍ରୀ ପାଣ୍ଡିଆନ କାଶୀପୁର ବ୍ଲକ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ ସମୀକ୍ଷା କରିଥିଲ । ଖୁବ ଶୀଘ୍ର କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ। ଖୁରିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛତୁ ମଞ୍ଜି ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖିଥିଲେ। ଏସଏସଜି ଗୋଷ୍ଠୀର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଧିକରୁ ଅଧିକ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। କାଶୀପୁର ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ତୁରନ୍ତ ଯୁକ୍ତ ତିନି ମହାବିଦ୍ୟାଳୟରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାଶୀପୁର ଗସ୍ତ ପରେ ସେ ବିଷମକଟକ ବ୍ଲକ ଗସ୍ତ କରି ଚାଟିକଣାର ଆଦିମ ଜନଜାତି ଅଞ୍ଚଳ ଖଜୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ଖଜୁରୀ ଇକୋ ଟୁରିଜିମ ପାର୍କକୁ ଆର୍ଟିଟେକ ମାଧ୍ୟମରେ ଡିପିଆର ପ୍ରସ୍ତୁତ କରି ଏକମାସ ମଧ୍ୟରେ ପ୍ରେରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଅର୍ଥ ମଞ୍ଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ।

- Advertisement -

ସେହିପରି ଚାଟିକଣା ସ୍ଥିତ ଶିବ ମନ୍ଦିର ପରିଦର୍ଶନ କରି ଶିବ ମନ୍ଦିର ଓ ଜଳ ପ୍ରପାତର ଉନ୍ନତି ନିମନ୍ତେ ଡିପିଆର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବା ନିମନ୍ତେ ସେବାୟତ ଓ ଟ୍ରଷ୍ଟିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପରିସରରେ ଆୟୋଜିତ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱୟଂ ସହାୟକ ଗୋଷ୍ଠୀ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଋଣ କିପରି ପାଇବେ ସେ ନେଇ ଘୋଷଣା କରିଥିଲେ। କୃଷି, ଶିକ୍ଷା ଓ କୃଷକ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପ ଘୋଷଣା କରିଥିଲେ। ଆଉ ଯାହା ସମସ୍ୟା ଅଛି ସେସବୁକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ନେଇ ଆଗାମୀ ଛଅ ମାସ ମଧ୍ୟରେ ସମାଧାନ କରାଯିବ ବୋଲି କହିଥିଲେ। ନୂଆ ବର୍ଷରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ପାଠ ପଡିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ଯେ କୋୖଣସି ବିଦ୍ୟାଳୟ, ମହାବିଦ୍ୟାଳୟରେ ନାମ ଲେଖାଇ ପାରିବେ ବୋଲି କହିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ସାମିଲ ହୋଇ ନାହାନ୍ତି ସେମାନଙ୍କୁ ସାମିଲ କରିବା ଓ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କିପରି ଉପକୃତ ହୋଇ ପାରିବେ ସେ ବିଷୟରେ ପ୍ରକାଶ କରିଥିଲେ। ଯେଉଁମାନେ ମଧୁବାବୁ ପେନସନ ପାଉଛନ୍ତି ସେମାନେ ଆଉ ବ୍ୟାଙ୍କକୁ ଯିବାକୁ ପଡିବନି। ପଞ୍ଚାୟତରେ ପେନସନ ପାଇବେ ବୋଲି ଘୋଷଣା କରିଥିଲେ।

ବିଷମକଟକରେ ନୀଳିଆବନ୍ଧ ପରିଦର୍ଶନ କରିଥିଲେ। ଏହାର ପୁନ୍ନରୁଦ୍ଧାର କାର୍ଯ୍ୟ କରାଯିବା ପାଇଁ ଜନସାଧାରଣ ଦାବି ଜଣାଇଥିଲେ। ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ବ୍ଲକ ଲେବେଲ ଫେଡେରେସନ, ଗ୍ରାମ ପଞ୍ଚାୟତ ଲେବେଲ ଫେଡେରେସନ ଏବଂ ଗୋଷ୍ଠୀ କ୍ୟାଡର ମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରତ୍ୟେକ ବିଏଲଏଫକୁ ଗାଡି ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରତି ଘରକୁ ପାନୀୟ ଜଳ ଓ କୃଷି କ୍ଷେତ୍ରରର ଜମିକୁ ଜଳ ଯୋଗାଇ ଦେବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ପ୍ରକାଶ କରିଥିଲେ। ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ବିଜୁ ସଡ଼କ ଯୋଜନା ଆରମ୍ଭ ହୋଇଥିବା କହିଥିଲେ। ବିଷମକଟକ ଗସ୍ତ ସାରି ୫-ଟି ସଚିବ ପଦ୍ମପୁର ବ୍ଲକ ଗସ୍ତ କରି ମରିଚଗୁଡାସ୍ଥିତ ଆଦିବାସୀ ସଉରା ଲିପି ମନ୍ଦିର ମତର ବନାମ ମନ୍ଦିର ପରିଦର୍ଶନ କରିଥିଲେ। ଏହାକୁ ଉନ୍ନତକରଣ କରାଯିବ ଏବଂ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯିବ। ଆଦିବାସୀ ଭାଷା ସୁରକ୍ଷା ଓ ପ୍ରସାର ନିମନ୍ତେ ଶବର ସାଂସ୍କୃତିକ ସଂଘ ଗ୍ରହଣ କରିଥିବା ପଦକ୍ଷେପ ଗୁଡିକ ଶୁଣି ଖୁସି ବ୍ୟକ୍ତ କରିଥିଲେ। ମନ୍ଦିର ଉନ୍ନତି କରଣ ନିମନ୍ତେ ପଦ୍ଧକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଖିଲାମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ କୃଷକ ଓ ଜନସାଧାରଣ ଅଭିଯୋଗ ଶୁଣାଣୀରେ ଅଂଶ ଗ୍ରହଣ କରି ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଜାଗ ଥିବା ଓ କୃଷିଜାତ ସାମଗ୍ରୀ ବିପଣନ ନିମନ୍ତେ ବଜାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି କହିଛନ୍ତି। ପ୍ରତିଟି ଚାଷ ଜମିକୁ କେନାଲ ପାଣି ଯୋଗାଇବା ଓ ଜଳସେଚନ ସୁଦୃଡ଼ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପଦକ୍ଷେପ ବୋଲି କହିଥିଲେ।ଏହାପରେ ଗୁଣପୁର ଗସ୍ତ କରି ଶେଫାଳି ପାହାଡ଼ ପରିଦର୍ଶନ କରିବା ସହ ରାମେଶ୍ୱର ମନ୍ଦିରର ଉନ୍ନତି କରଣ ନିମନ୍ତେ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ଗୁଣପୁର ଇଣ୍ଡୋର ଷ୍ଟାଡିୟମ ନିକଟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଗୁଣପୁର ଅଞ୍ଚଳର ସମସ୍ତ କଲେଜ ୫ଟି ଅଧୀନରେ ଥିବା ପ୍ରକାଶ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories