ଲକ୍ଷାଧିକ ଫେସ୍ବୁକ୍ ୟୁଜର୍ସଙ୍କ ତଥ୍ୟ ଚୋରି ଅଭିଯୋଗ
ନୂଆଦିଲ୍ଲୀ : ଫେସ୍ବୁକ୍ ବ୍ୟବହାରକାରୀ (ୟୁଜର୍ସ)ଙ୍କ ତଥ୍ୟ ଚୋରି ହେବା ଘଟଣା ଏବେ ସାଧାରଣ କଥାରେ ପରିଣତ ହୋଇଛି। ପ୍ରାୟ ଦିନ ଫେସ୍ବୁକ୍ ୟୁଜର୍ସଙ୍କ ତଥ୍ୟ ଚୋରି ହେଉଛି। ଏବେ ସିକ୍ୟୁରିଟି ଫର୍ମ ଅପଗାର୍ଡ ଅଭିଯୋଗ କରିଛି ଯେ ଫେସ୍ବୁକ୍ର ଲକ୍ଷାଧିକ ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଛି। ସିକ୍ୟୁରିଟି ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଫେସ୍ବୁକ୍ ୟୁଜର୍ସଙ୍କ ୫୪ କୋଟି ରେକର୍ଡସ୍ (ତଥ୍ୟ) ତୃତୀୟ ପକ୍ଷର ପବ୍ଲିକ୍ ସର୍ଭରରେ ଅପେଲାଡ଼ କରାଯାଇଛି। ଅପଗାର୍ଡ ରିପୋର୍ଟରେ ଦାବି କରାଯାଇଛି ଯେ ଫେସ୍ବୁକ୍ରୁ ଚୋରି ୫୪ କୋଟି ରେକର୍ଡସ୍ ଏବେ ତୃତୀୟ ପକ୍ଷ କମ୍ପାନୀ ଆମାଜନ ସର୍ଭରରେ ଅପଲୋଡ ହୋଇଛି। ଆମାଜନ ସର୍ଭରରେ ଅପଲୋଡ ତଥ୍ୟରେ ଫେସ୍ବୁକ୍ ୟୁଜର୍ସଙ୍କ ପ୍ରୋଫାଇଲର ସମ୍ପୂର୍ଣ୍ଣ ବିବରଣୀ ରହିଛି। ଆମାଜନ ସର୍ଭରରେ ୟୁଜର୍ସଙ୍କ ଲାଇକ୍, କମେଣ୍ଟ ଏବଂ ପାସୱାର୍ଡ ଭଳି ତଥ୍ୟ ଷ୍ଟୋର ହୋଇ ରହିଛି। ଏହି ତଥ୍ୟକୁ କେହି ବି ସହଜରେ ଡାଉନଲୋଡକ କରିପାରିବ। ଗୋଟିଏ କମ୍ପାନୀର ପ୍ରାୟ ୧୪୬ ଜିବି ତଥ୍ୟ ଆମାଜନ ସର୍ଭରରେ ରହିଛି। ଏଥିରେ ୟୁଜସଙ୍କ ନାମ, ଲାଇକ୍ ଏବଂ କମେଣ୍ଟ ସମେତ ଅନ୍ୟ କେତେକ ତଥ୍ୟ ରହିଛି। ଆଉ ଏକ କମ୍ପାନୀ ୨୨ ହଜାର ଲୋକଙ୍କ ତଥ୍ୟ ଷ୍ଟୋର କରିଛି। ତେବେ କେତେଜଣ ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତଥ୍ୟ ମଧ୍ୟରେ ଫେସ୍ବୁକ୍ ବ୍ୟବହାରକାରୀଙ୍କ ଫ୍ରେଣ୍ଡସ୍ଙ୍କ ତାଲିକା ମଧ୍ୟ ରହିଛି।
ତଥ୍ୟ ପ୍ରଘଟ କରିଥିବା କମ୍ପାନୀଗୁଡ଼ିକ ଏହା ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି। ଏହାସତ୍ତ୍ବେ ଏହି କମ୍ପାନୀଗୁଡ଼ିକ ସର୍ଭରରେ ଥିବା ତଥ୍ୟକୁ ଅପସାରଣ କରିବାକୁ ମନା କରିଦେଇଛନ୍ତି। ତେବେ ଫେସ୍ବୁକ୍ ଆମାଜନକୁ ନିଜ ସର୍ଭରରୁ ତଥ୍ୟ ହଟାଇବାକୁ କହିଥିବା ସୂଚନା ମିଳିଛି। ତଥ୍ୟ ଚୋରି ନେଇ କୌଣସି ମାମଲା ସାମ୍ନାକୁ ଆସିନାହିଁ ବୋଲି ଫେସ୍ବୁକ୍ ପକ୍ଷରୁ କୁହାଯାଇଛି।
Comments are closed.