କଶ୍ମୀରରେ ୫ ଆତଙ୍କବାଦୀ ନିହତ

0

ଶୋପିଆନ୍‍: ଦକ୍ଷିଣ କଶ୍ମୀର ଅଞ୍ଚଳର ବଦିଗାମ୍‍ ଗ୍ରାମରେ ସୁରକ୍ଷାକର୍ମୀଙ୍କ ଗୁଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କଶ୍ମୀର ବିଶ୍ୱବିଦ୍ୟାଳର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ହିଜ୍‍ବୁଲ୍‍ କମାଣ୍ଡର ସଦ୍ଦାମ ପଦ୍ଦର ଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ ମୃତ ଆସିଷ୍ଟାଣ୍ଟ ପ୍ରଫେସର ଜଣକ ହେଉଛନ୍ତି ମହମ୍ମଦ ରଫି ଭଟ୍ଟ। ଗତ କିଛି ମାସ ତଳେ ସେ ଆତଙ୍କବାଦୀ ସଂଗଠନରେ ସାମିଲ୍‍ ହୋଇଥିଲେ। ତାଙ୍କୁ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ ହେବା ପାଇଁ ପୁଲିସ ପକ୍ଷରୁ ଉପଦେଶ ଦିଆଯାଇଥିଲା। ଏଥିପାଇଁ ପୁଲିସ୍‍ ଭଟ୍ଟଙ୍କ ପିତାମାତାଙ୍କ ସହାୟତା ନେଇଥିଲେ ମଧ୍ୟ ସଫଳ ହୋଇ ନଥିଲା। ସିଆରପିଏଫ୍‍ ଓ ସେନାବାହିନୀର ଯବାନମାନେ ଆତଙ୍କବାଦୀ ରହିଥିବା ସ୍ଥାନକୁ ଘେରି ରହିଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଯବାନ ଓ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

Leave A Reply