ଟର୍ଣ୍ଣିଂରେ ଓଲଟିଲା ଟ୍ରକ: ୪ମୃତ, ୩୫ରୁ ଅଧିକ ଗୁରୁତର

ରାୟପୁର: ଛତିଶଗଡ଼଼ରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗୁରୁତର ହୋଇଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଲୋକଙ୍କୁ ନେଇ ଆସୁଥିବା ଟ୍ରକଟି ଦରଭା ଚାନ୍ଦମଟା କ୍ୟାମ୍ପ ନିକଟରେ ଓଲଟିଥିଲା। ଲୋକମାନେ ସାପ୍ତାହିକ ହାଟକୁ ଆସୁଥିବାବେଳେ ଟର୍ଣ୍ଣିଂରେ ଟ୍ରକଟି ଓଲଟିପଡିଥିଲା। ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିଲେ। ପୁଲିସ ଓ ଦମକଳ ବାହିନୀ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ।

Comments are closed.