www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ଼୍‍ ନିୟମ ଉଲ୍ଲଂଘନ ପଡ଼ିଲା ମହଙ୍ଗା: ବର-ବଧୂ ସମେତ ୪୩ କରୋନା ସଂକ୍ରମିତ, କନ୍ୟା ପିତାଙ୍କ ବିରୁଦ୍ଧରେ ମାମଲା

କାସରଗୋଡ଼: କେରଳର କାସରଗୋଡ଼ରେ ଏକ ବିବାହ ସମାରୋହରେ ସରକାରଙ୍କ କରୋନା ଗାଇଡ୍‍ଲାଇନ୍‍ ପାଳନ ନ କରିବା ସମାରୋହରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ଭାରି ପଡ଼ିଛି। ବିବାହ ସମୟରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଯାଞ୍ଚ କରାଯିବା ପରେ ବର-ବଧୂ ସମେତ ୪୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଅପର ପକ୍ଷରେ, କୋଭିଡ଼୍‍ ନିୟମ ଉଲ୍ଲଂଘନ କରିଥିବାରୁ କନ୍ୟା ପିତାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିଛି।

ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ କହିବାନୁସାରେ, ୧୭ ଜୁଲାଇରେ ଏହି ବିବାହ ହୋଇଥିଲା। କରୋନା ନିୟମ ଉଲ୍ଲଂଘନ କରି ଏହି ବିବାହ ଉତ୍ସବରେ ଅନେକ ଲୋକ ସାମିଲ ହୋଇଥିଲେ। ବିବାହ ସମୟରେ ହିଁ କିଛି ଲୋକଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହୋଇଥିଲା। ଏହାପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ବର-ବଧୂ ସମେତ ୪୩ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

- Advertisement -

ସୂଚନାଯୋଗ୍ୟ, କାସରଗୋଡ଼ରେ ବର୍ତ୍ତମାନ ସୁଦ୍ଧା ୬୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ୭୨୭ରେ ପହଞ୍ଚିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories