ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଇପିଏଲରେ ନିଷେଧ ହେବ ତମାଖୁ ଓ ମାଦକଦ୍ରବ୍ୟର ବିଜ୍ଞାପନ, ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲଙ୍କୁ ଚିଠି ଲେଖି ନିର୍ଦେଶନାମା ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ..
ହଂସିତା ଅଭିଲିପ୍ସାଙ୍କୁ ଜାମିନ୍,ଭୁଲ୍ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି..
ନୟାଗଡ ସଦର ଥାନା ହୀରାଦେଈପୁର ଗାଁରେ ବାଣ ବିସ୍ଫୋରଣରେ ୨ ଗୁରୁତର..
ଛତିଶଗଡରେ ୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ, ଗରିଆବନ୍ଧ ସ୍ଥିତ ପୁଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି, ଏସ୍ଡିକେ ଡେପୁଟି କମାଣ୍ଡର ଦିଲୀପ, ଏସଡିକେ ଏରିଆ କମିଟି ସଦସ୍ୟ ମଞ୍ଜୁଳା ଓ ବରଗଡ ଏରିଆ କମିଟି ସଦସ୍ୟ ସୁନିତା ଆତ୍ମସମର୍ପଣ କରିଛନ୍ତି, ୩ ଜଣଙ୍କୁ ଧରାଇବାକୁ ପ୍ରାୟ ୧୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା..
ଭୁବନେଶ୍ଵର: ବସ୍ଷ୍ଟାଣ୍ଡରେ ମହିଳାଙ୍କ ଗଳିତ ମୃତଦେହ..
ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ..
ଗତ ୫ ବର୍ଷରେ ଆତ୍ମହତ୍ୟା କଲେଣି ୭୨ ଛାତ୍ରଛାତ୍ରୀ, ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି..
ନୟାଗଡ ଜିଲା ଫତେଗଡ ଥାନା ଧାନଚାଙ୍ଗଡା ଗାଁରେ ବାପାର ବିବାହ ପ୍ରସ୍ତାବ ପାଇଁ ଝୁଲି ପଡିଲେ ୨ ନାବାଳକ ; ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ..
ଆନନ୍ଦପୁର: ବୈତରଣୀ ଏବଂ କୁଶେଇ ନଦୀ ବାଲିଘାଟରେ ଚଢ଼ାଉ, ହାଇୱା ସହ ୭ ଟ୍ରାକ୍କର ଜବତ..
ସୋର: ମାଂସ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର ଅଟକ..
ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଘରେ ଇଡି ଚଢ଼ାଉ, ଭୂପେଶ ବଘେଲଙ୍କ ଘରେ ରେଡ୍ କରିଛି ଟିମ୍, ଟଙ୍କା କାରବାର ମାମଲାରେ ୧୪ଟି ସ୍ଥାନରେ ଇଡି ରେଡ୍..
Comments are closed.