www.samajalive.in
Friday, December 5, 2025
23.1 C
Bhubaneswar

୯୭ ଜଣ ବିଦ୍ୟାର୍ଥୀ ଦେଲେ ଗଣିତ ମେଧାବୃତ୍ତି ପରୀକ୍ଷା

କଲ୍ୟାଣସିଙ୍ଗପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୭ଜଣ ବିଦ୍ୟାର୍ଥୀ ଗଣିତ ମେଧାବୃତ୍ତି ପରୀକ୍ଷା ଦେଇଥିବା ସୁଚନା ମିଳିଛି । ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ହେଉଥିବା ଷଷ୍ଠ ଓ ନବମ ଶ୍ରେଣୀ  ଗଣିତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି । ବ୍ଲକର ସମସ୍ତ ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀରେ ୪୬ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବାବେଳେ ୩୬ ଜଣ ପରୀକ୍ଷା ଦେଇଛନ୍ତି । ବଳକା ୧୦ଜଣ ଛାତ୍ରଛାତ୍ରୀ କୌଣସି କାରଣରୁ ଅନୁପସ୍ଥିତ ରହିଛନ୍ତି । ସେହିପରି ନବମ ଶ୍ରେଣୀରେ ୮୧ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୬୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ । ବଳକା ୨୦ଜଣ ଅନୁପସ୍ଥିତ ରହିଥିବା ପରୀକ୍ଷା କେନ୍ଦ୍ରରୁ ସୂଚନା ମିଳିଛି । ଏହାକୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ  ପରିଚାଳନା କରିଥିବାବେଳେ  ରାମଚନ୍ଦ୍ର ପ୍ରଧାନ, ଉମାଶଙ୍କର ଖରା , ମନୋଜ କୁମାର ସାହୁକାର, ଅଜିତ ମିଶ୍ର ,ଶ୍ରୀ ଧର ପାତ୍ର ,ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ଶିକ୍ଷକ ଉପସ୍ଥିତ ରହି ପରୀକ୍ଷା କେନ୍ଦ୍ରକୁ  ସହଯୋଗ କରିଥିଲେ ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories