www.samajalive.in
Saturday, December 13, 2025
14.1 C
Bhubaneswar

ସାରଙ୍କୁ ଜ୍ୱର, ପିଜି ଖାତା ଦେଖିଲେ ଚପରାଶି…ଦେଖନ୍ତୁ ଭିଡିଓ

ଡେସ୍କ: କଥାଟା ହୁଏତ ଠିକ ଲାଗୁ ନ ଥିବ। କାରଣ ସମସ୍ତେ ଜାଣନ୍ତି ଯେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ମୂଲ୍ୟାୟନ କରିଥାନ୍ତି। କିନ୍ତୁ ଏକଥା କେମିତି ସମ୍ଭବ ଯେ ଜଣେ ଚପରାଶି ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ମୂଲ୍ୟାୟନ କରୁଛନ୍ତି। ଘଟଣା ଘଟିଛି ମଧ୍ୟପ୍ରଦେଶରେ।

ମଧ୍ୟପ୍ରଦେଶର ନର୍ମଦାପୁତ୍ର ଜିଲ୍ଲା ପିପାରୟା ସ୍ଥିତ ସହିଦ ଭଗତ ସିଂ ଶାସକୀୟ ପିଜି ବିଶ୍ୱବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ଜଣାପଡିଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ସମ୍ପୃକ୍ତ ପିଜି ପଋକ୍ଷତା ମୂଲ୍ୟାୟନ କରିବାକୁ ଥିବା ପ୍ରଫେସରଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିଲା। ତେଣୁ ସେଠାରେ କାର୍ଯ୍ୟ କରୁଥିବା ଚପରାଶି ଜଣଙ୍କ ସେହିସବୁ ପରୀକ୍ଷା ଖାତା ମୂଲ୍ୟାୟନ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଚପରାସିଙ୍କୁ ପିଜି ଖାତା ଦେଖିବା ଲାଗି ୫ ହଜାର ଟଙ୍କା ମଧ୍ୟ ଦିଆଯାଇଥିବା ଜଣାପଡିଛି।

- Advertisement -


ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories