www.samajalive.in
Friday, December 5, 2025
23.1 C
Bhubaneswar

ଆମେରିକା ଉତ୍ପାଦ ଉପରେ ୮୪% ଶୁଳ୍କ ଲଗାଇଲା ଚୀନ

ସମାଜ ଡିଜିଟାଲ ଡେସ୍କ: ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲାଗୁ କରିବା ପରେ ବୁଧବାର ଚୀନ ଆମେରିକା ଉପରେ ପାଲଟା ୮୪% ପ୍ରତିଶତ ଶୁଳ୍କ ଲଗାଇଛି। ଏଣିକି ଚୀନରେ ବିକ୍ରି ହେଉଥିବା ଆମେରିକୀୟ ଉତ୍ପାଦଗୁଡ଼ିକ ଉପରେ ଏହି ଟିକସ ଗୁରୁବାରଠାରୁ ଲାଗୁ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବ ବିଶ୍ଵ ଅର୍ଥନୀତି ଉପରେ ପଡ଼ିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଘୋଷଣା ହେବା ପରେ ଚୀନ ଆମେରିକା ଉପରେ ୩୪% ଶୁଳ୍କ ଲାଗୁ କରିଥିଲା। ଟ୍ରମ୍ପ ଚୀନକୁ ଚେତାବନୀ ଦେଇ ଶୁଳ୍କ ପ୍ରତ୍ୟାହାର କରିବାକୁ କହିଥିଲେ। ନଚେତ ଅଧିକ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ଚେତାବନୀ ଦେଇଥିଲେ। ଚୀନ ଟ୍ରମ୍ପଙ୍କ ଧମକକୁ ଖାତିର କରି ନ ଥିଲା। ଯାହାଫଳରେ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ୧୦୪% ଶୁଳ୍କ ଲଗାଇଥିଲେ। ଏହାର ଜବାବରେ ଚୀନ ୮୪% ଶୁଳ୍କ ଲଗାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories