ଜାଣନ୍ତୁ ନିଜ ଅବସରକୁ ନେଇ କ’ଣ କହିଲେ ଅଧିନାୟକ ରୋହିତ୍‌ ଶର୍ମା

ନୂଆଦିଲ୍ଲୀ : ଦୁବାଇରେ ଆଇସିସି ଚମ୍ପିଆନ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ଭାରତର ଦମ୍‌ଦାର୍‌ ବିଜୟରେ ସମସ୍ତ ଦର୍ଶକ ଖୁସିରେ ଆତ୍ମ ବିଭୋର ହୋଇଛନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ ୧୨ ବର୍ଷ ପରେ ପୁଣି ଥରେ ଚାମ୍ପିଆନ୍‌ ଟ୍ରଫି ହାସଲ କରିଛି। ୨୦୨୪ ମସିହାରେ ଟି-୨୦ ବିଶ୍ୱକପ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆର ଏହା ୨ୟ ଆଇସିସି ଟ୍ରଫି ଜିତି ଥିଲା।
ଏହା ମଧ୍ୟରେ ମ୍ୟାଚ୍‌ ଆରମ୍ଭ ହେବା ଦିନ ଠାରୁ ହିଁ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ଅବସର ନେଇ ଅନେକ ଚର୍ଚ୍ଚା ଜୋର ଧରିଥିବା ଦେଖାଯାଇଥିଲା।
ମାତ୍ର ଗତକାଲି ମ୍ୟାଚ୍‌ ଜିତିବା ପରେ ନିଜ ଅବସରକୁ ନେଇ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ରୋହିତ୍‌। ସାମ୍ବାଦିକ ସମ୍ମିଳନୀରେ ରୋହିତ ନିଜ ଅବସରକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ସେ ଏବେ ଏହି ଫର୍ମାଟରୁ ଅବସର ନେବେ ନାହିଁ । ଆଗାମୀ ଦିନରେ ଅବସରକୁ ନେଇ କୌଣସି ଗୁଜବ ଯେପରି ପ୍ରଚାର ନହେଉ ସେଥିପାଇଁ ସେ ବର୍ତ୍ତମାନ ସ୍ପଷ୍ଟତା ରଖିଛନ୍ତି ବୋଲି କହିଛନ୍ତି । ଯାହା ଚାଲୁଛି, ତାହା ଆଗକୁ ଚାଲିବ ବୋଲି କହିଛନ୍ତି ରୋହିତ୍‌।
ସୂଚନାନୁଯାୟୀ,ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚମ୍ପଆନ୍ସ ଟ୍ରଫି ହାସଲ କରିଛି। ୪ ୱିକେଟରେ ରୋମାଞ୍ଚକର ବିଜୟ ସହ ଭାରତ ଚମ୍ପିଆନ୍‌‌ ହୋଇଛି। ୧୨ ବର୍ଷ ପରେ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ୍‌‌ ହୋଇଛି ଭାରତ। ଅପରାଜେୟ ରହି ତୃତୀୟ ଥର ଚମ୍ପିଆନ୍ସ ଟ୍ରଫି ଜିତିଲା ଭାରତ। ୬ ବଲ ଥାଇ ୨୫୨ ଟାର୍ଗେଟକୁ ଭାରତ ହାସଲ କରିଛି। ରୋହିତ ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ୭୬ ଇନିଂସ ବଳରେ ଭାରତକୁ ଏହି ସଫଳତା ମିଳିପାରିଛି। ଶ୍ରେୟସ ଆୟର ୪୮, ଅକ୍ଷର ପଟେଲ ୨୯ ଏବଂ ଶେଷ ଭାଗରେ କେଏଲ ରାହୁଲଙ୍କ ୩୪ ରନ୍‌‌ର ଯୋଗଦାନ ଦଳକୁ ରୋମାଞ୍ଚକର ଭାବେ ବିଜେତା କରାଇବାରେ ସହାୟକ ହୋଇଛି।

Comments are closed.