www.samajalive.in
Sunday, December 7, 2025
23.1 C
Bhubaneswar

ଭ୍ରାମ୍ୟମାଣ ପ୍ରସବ ଯାନ କର୍ମଚାରୀଙ୍କୁ ମିଳୁନି ଦରମା, ସିଡିଏମଓଙ୍କୁ ଦାବିପତ୍ର

ଫୁଲବାଣୀ: ଜିଲାର ଦୁର୍ଗମ ଅଞ୍ଚଳମାନଙ୍କରେ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ପ୍ରସବ ସୁନିଶ୍ଚିତ କରିବା ପାଇଁ ଗତ ୨୦୧୮ରେ ଆରମ୍ଭ କରାଯାଇଥିଲା ଭ୍ରାମ୍ୟମାଣ ପ୍ରସବ ଯାନ ଯୋଜନା। ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଆସନ୍ନ ପ୍ରସବାମାନଙ୍କୁ ସ୍ବତନ୍ତ୍ର ଗାଡି ଦ୍ବାରା ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ସଫଳତାର ସହ କାର୍ଯ୍ୟ କରିବା ସାଙ୍ଗକୁ ବର୍ତ୍ତମାନସୁଦ୍ଧା ହଜାର ହଜାର ମହିଳା ଏହାଦ୍ବାରା ଉପକୃତ ହୋଇଛନ୍ତି। ତେବେ ଏହି ଯୋଜନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଠିକ୍ ଭାବେ ଦରମା ମିଳୁ ନଥିବା ଅଭିଯୋଗ ହୋଇଛି। ଅତି ସ୍ବଳ୍ପ ଦରମାରେ କାମ କରୁଥିବା ଏହି କର୍ମଚାରୀମାନେ ଗତ ଏକ ବର୍ଷ ହେଲା ଦରମା ପାଇନାହାନ୍ତି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି। ତେଣୁ ତୁରନ୍ତ ବକେୟା ଦରମା ପ୍ରଦାନ କରିବା ପାଇଁ ସମ୍ପୃକ୍ତ କର୍ମଚାରୀମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି। ଯୋଜନାର ସଫଳ ରୂପାୟନ ପାଇଁ ଦରମା ବୃଦ୍ଧି କରିବା ସହିତ ପ୍ରତ୍ୟେକ ମାସରେ ଠିକ ସମୟରେ ଦରମା ଦେବା ପାଇଁ ପ୍ରଶାସନକୁ ନିବେଦନ କରାଯାଇଛି। ଯଶ୍ମିତା ଜାନୀ, ଯଶୋଦା ମଲ୍ଲିକ ଓ ଜ୍ୟୋତ୍ସ୍ନାରାଣୀ କହଁରଙ୍କ ନେତୃତ୍ୱରେ କର୍ମଚାରୀମାନେ ସିଡିଏମଓ ଡ. ସନ୍ତୋଷ କୁମାର ପାଢୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସୋମବାର ଅଭିଯୋଗ ଶୁଣାଣିରେ ମଧ୍ୟ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories