ମିଳିପାରୁନି କୃଷି ଋଣ; ରବି ଋତୁରେ ଧାନଚାଷ କରି ଚାଷୀ ହନ୍ତସନ୍ତ

ପାଟଣା: ସାହାରପଡା ବ୍ଲକ ମହ୍ଲାରପଦା ପଞ୍ଚାୟତ ଅନ୍ତର୍ଗତ ବିନିଦା ଗ୍ରାମରେ ଉଠା ଜଳସେଚନ ପଏଣ୍ଟ ହେବାପରେ ଆଜକୁ ପାଞ୍ଚ ବର୍ଷରୁ ଅଧିକ ସମୟ ହେବ ଚାଷୀମାନେ ରବି ଋତୁରେ ଧାନ ସହ ପନିପରିବା ଚାଷ କରି ଉପକୃତ ହୋଇ ଆସୁଛନ୍ତି। ମାତ୍ର ଚାଷ ପାଇଁ ଅର୍ଥ ସାଜିଛି ବାଧକ। ଖଜିରାପାଟ ଲ୍ୟାମ୍ପରୁ ଚାଷ ପାଇଁ ଋଣ ଆବେଦନ କରିଛନ୍ତି କିଛି ଚାଷୀ ଓ ସେମାନଙ୍କର ଋଣ ମଧ୍ୟ ମଂଜୁର ହୋଇଛି। କିନ୍ତୁ ଏମଡି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଛାଡୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିନିଦା ଗ୍ରାମର ମହିଳା ଚାଷୀ ତୁଳସୀ ନାଏକ। ଏମଡି ପାଞ୍ଚଟି ଲ୍ୟାମ୍ପ୍ସ ଦାୟିତ୍ୱରେ ଥିବାରୁ ଠିକ୍ ସମୟରେ ଋଣ ହୋଇ ପାରୁନଥିବା ଯୋଗୁଁ ବାରମ୍ବାର ଚାଷୀ ଲ୍ୟାମ୍ପ୍ସରୁ ବ୍ୟାଙ୍କ, ବ୍ୟାଙ୍କରୁ ଲ୍ୟାମ୍ପ୍ସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଗଲେଣି। ଧାନ ଗଛ ବଡ ବଡ ହୋଇଗଲାଣି। ମାତ୍ର ସାର ଦେବାକୁ ଟଙ୍କା ନ ଥିବାରୁ ଏବଂ ଧାର କରି ଚାଷ କରିଥିବାରୁ ଟ୍ରାକ୍ଟର ମାଲିକ ଓ ମଜୁରିଆମାନେ ଦୈନିକ ତାଙ୍କ ପ୍ରାପ୍ୟ ମାଗିବାକୁ ଚାଷୀଙ୍କ ଘରକୁ ଦୌଡୁଥିବା ଦେଖିବାକୁ ମିଳୁଛି।

Comments are closed.