ବାଲେଶ୍ୱର: ବାଲେଶ୍ୱର ପୁଲିସ ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ବାଲେଶ୍ୱର ପୁଲିସ ବାରାକ ଭିତରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ମହିଳା କନଷ୍ଟେବଳଙ୍କ ପରିଚୟ ମିଳିଛି ଏବଂ ତାଙ୍କ ନାମ ଯଶୋଦା ଦାସ ବୋଲି ଜଣାପଡ଼ିଛି। ପାରିପାର୍ଶିକ ସ୍ଥିତି ଦେଖି ମହିଳା କନଷ୍ଟେବଳ ଯଶୋଦା ଦାସ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେଆତ୍ମହତ୍ୟା କରିଥିବା ପ୍ରକୃତ କାରଣ ଜଣାପଡ଼ି ନାହିଁ ଏବଂ ଏହାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।
Popular Categories



