www.samajalive.in
Monday, December 15, 2025
24.1 C
Bhubaneswar

କୋଚିଂ ସେଣ୍ଟରରେ ଅଘଟଣ – ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ, ଜଣେ ଗୁରୁତର

କେନ୍ଦୁଝର ସଦର/ଡେସ୍କ: କେନ୍ଦୁଝର ଜିଲ୍ଲାରେ ଏକ କୋଚିଂ ସେଣ୍ଟରରେ ଘଟିଛି ଅଘଟଣ। ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁର ଠାରେ ଏକ କୋଚିଂ ସେଣ୍ଟରରେ ଗତ ରାତିରେ ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଶୋଇଥିବା ବେଳେ ବିଷଧର ସାପ କାମୁଡି ଥିବା କୁହାଯାଇଛି। ଆଜି ସକାଳୁ ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ରୀ ଓ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ।

ଶନିବାର ରାତିରେ ସାପ କାମୁଡିବାରୁ ସେମାନେ ଅସୁସ୍ଥ ହୋଇପଡିଥିଲେ। ରବିବାର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ୨ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଜଣେ ଛାତ୍ର ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ୨ ଦିନ ତଳେ କେନ୍ଦୁଝର ଠାରେ ଏକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories