www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧ ଆଇଆରବି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ପଞ୍ଚ ଆଇଆରବି ପରିସରରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୌଦ୍ଧ ଆଇ.ଆର.ବି ଓ ଶାହା ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱରର ମିଳିତ ସହଯୋଗରେ ଆଇ.ଆର.ବି ପରିସରରେ ୫୦୦ ଆମ୍ବଗଛ ଓ ୧୦୦ ନଡିଆ ଗଛ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇ.ଆର.ବିର ଦୁର୍ଗପତି ଦୁର୍ବାସା ନାୟକ, ଉପ ଦୁର୍ଗପତି ଗୋପବନ୍ଧୁ ତ୍ରିପାଠି, ଶ୍ରଦ୍ଧାକର ଧରୁଆ, ବେଲାର ମେହେର ଓ ଆଇଆରବିର ସମସ୍ତ ଯବାନ ଓ ଚାରିଟେବୁଲ ଟ୍ରଷ୍ଟର ଜୀବନ ବାବା ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ। ଏହାର ମୂଳ ଉଦେଶ୍ୟ ହେଲା ବୃକ୍ଷରୋପଣ ଏକ ମହାନ କାର୍ଯ୍ୟ, ଏହାଦ୍ୱାରା ପ୍ରଚୁର ପରିମାଣରେ ଅମ୍ଳଜାନ ମିଳିବା ସହ ପରିବେଶ ସୁରକ୍ଷିତ ହୋଇଥାଏ। କେବଳ ମଣିଷ ନୁୁହେଁ ପଶୁ ପକ୍ଷୀ, କୀଟ ପତଙ୍ଗ ବୃକ୍ଷ ଦ୍ୱାରା ଉପକୃତ ହୁଅନ୍ତି। ଏଣୁ ପରିବେଶ ସୁରକ୍ଷା ଦୃଷ୍ଟିରୁ ଗଛ ନକାଟିବାକୁ ଦୁର୍ଗପତି ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ପୁର୍ବରୁ ବୌଦ୍ଧ ଆଇ.ଆର.ବି.କୁ ସରକାରଙ୍କ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ମିଳି ସାରିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories