www.samajalive.in
Monday, December 15, 2025
14.1 C
Bhubaneswar

ଶଗଡା ବାଘ ବ୍ୟାରେଜ୍ ପ୍ରକଳ୍ପ ଜଳ ଯୋଗାଣରେ ବିଫଳ

ବାଉଁଶୁଣି: ବୌଦ୍ଧ ବ୍ଲକ ର ବାଘ ବ୍ୟାରେଜ ପ୍ରକଳ୍ପ ଆଜ କୁ ଜୁଲାଇ ମାସ ଶେଷ ହେବାକୁ ବସିଲାଣି, ହେଲେ ଜଳ ଯୋଗାଣ କରିବାରେ ବିଫଳ ହେଇଛି। ଯାହାକି ଚାଷୀ ମୁଣ୍ଡରେ ହାତ ମାରି ବସିଛନ୍ତି। ତଳିରୁଆ ପାଇଁ ଚାଷୀ ମାନେ ସବୁ ପ୍ରକାର ସଜବାଜ ହୋଇ ରହିଥିବା ବେଳେ, କେନାଲ ରେ ପାଣି ନାହିଁ। ଉକ୍ତ ଜଳସେଚିତ ଅଞ୍ଚଳ ର ଚାଷୀ ମାନେ ବିଭିନ୍ନ ସମୟରେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେବେଳେ ଅଳିଆ ଆବର୍ଜନା ଲାଗି କେନାଲ ଭାଙ୍ଗୁଛି ତ କେତେବେଳେ ଉକ୍ତ ବିଭାଗର ଅଧିକାରୀ ମାନଙ୍କ ବୈମାତୃକ ମନଭାବ ଓ ଅବହେଳା ଯୋଗୁଁ କେନାଲ ଭାଙ୍ଗୁଛି। କେନାଲରେ ପାଣି ନ ଆସିବାରୁ ଖଲିଆପାଲି ଓ ମନୁପାଲି ଗ୍ରାମ ପଞ୍ଚାୟତର ଜଳ ସେଚିତ ଅଞ୍ଚଳର ଚାଷୀମାନେ ଉକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଉପରେ ମୁଣ୍ଡରେ କେନାଲ ଭାଙ୍ଗି ଯାଇଥିବା କହିଛନ୍ତି ଓ ଦିନେ ଦୁଇଦିନରେ ଠିକ୍ ହୋଇଯିବ ବୋଲି କହିଛନ୍ତି। ଚାଷୀ ମାନଙ୍କ ଆଶା ଭରସା ଉକ୍ତ ବିଭାଗ ଅଧିକାରୀ ମାନଙ୍କ ଉପରେ ଆସୁନାହିଁ। କାରଣ ଯେଉଁ ସମୟରେ ଚାଷୀମାନେ ବିଳରେ ଚାଷ କରିବା କଥା, ସେହି ସମୟରେ ମୁଣ୍ଡରେ ହାତ ମାରି ବସିଛନ୍ତି। ଚାଷୀ ମାନେ ଜଳକର ଦେଉଛନ୍ତି, ହେଲେ ଠିକ ସମୟରେ ପାଣି ନାହିଁ। ଜଳ ସେଚନ ଅଞ୍ଚଳର କେନାଲ ଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏହିପରି ଅସୁବିଧା ହେଉଥିବା କହିଛନ୍ତି ଚାଷୀ। ଜିଲ୍ଲା ପ୍ରଶାସନ ତୁରନ୍ତ ଚାଷୀ ମାନଙ୍କ ଜମିକୁ ଜଳ ଯୋଗାଇ ଦେବାକୁ ଉକ୍ତ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories