www.samajalive.in
Sunday, December 14, 2025
23.1 C
Bhubaneswar

ନବାଗତ ବିଦ୍ୟାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ

ଗୁରୁଡ଼ିଝାଟିଆ: ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ନବାଗତ ବିଦ୍ୟାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସେବିକା ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ଉପନିର୍ଦ୍ଦେଶିକା ବାସନ୍ତୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ନବାଗତ ବିଦ୍ୟାର୍ଥୀଙ୍କୁ ଶପଥ ଗ୍ରହଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସେ କହିଥିଲେ, ମାନବ ସେବା ହିଁ ମାଧବ ସେବା ଓ ଏହି ଭାବକୁ ହୃଦୟ ଭିତରେ ସ୍ଥାନିତ କରି କାର୍ଯ୍ୟକ୍ଷେତ୍ରରେ ରୋଗୀସେବା ସଠିକ୍‌‌ ଢଙ୍ଗରେ କଲେ ରୋଗୀର ମୁହଁରେ ବଂଚିବାର ପୁଲକ ସୃଷ୍ଟି ହୋଇଥାଏ। କଟକ ବଡ ମେଡିକାଲ ସେବିକା ମହାବିଦ୍ୟାଳୟର ସହକାରୀ ଅଧିକ୍ଷକ ମିନତୀ ଦାଶ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ସେବିକା ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଭାବରେ ଦ୍ରବିଭୂତ ହୋଇ ରୋଗିୀସେବା କଲେ ତାହା ଅଧିକ ଫଳପ୍ରଦ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି କହିଥିଲେ।

ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉତ୍ସବରେ ଯୋଗଦେଇ ସେବିକାର ସେବା ଏକ ଅନନ୍ୟ ବୃତ୍ତି ବୋଲି କହିଥିଲେ। ସେବା ଓ ତ୍ୟାଗର ପ୍ରତୀକ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନାମରେ ନାମିତ ଏହି ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ସେବିକା ବିଦ୍ୟାର୍ଥୀ କାର୍ଯ୍ୟକ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନୁଷ୍ଠାନକୁ ଅଧିକ ରୁଦ୍ଧିମନ୍ତ କରିବା ନିମନ୍ତେ ଆଶାବ୍ୟକ୍ତ କରବା ସହ ସଫଳତା କାମନା କରିଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷ ଏଡଉଇନ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ବେବି ଏଡଉଇନ ଓ ଦେବାଶିଷ ପ୍ରଧାନ ସଂଯୋଜନା କରିଥିଲେ। ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories