www.samajalive.in
Sunday, December 14, 2025
23.1 C
Bhubaneswar

ବନ୍ଦ ଘରୁ ମେଡିକାଲ ଅଫିସରଙ୍କ ଗଳିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଡେସ୍କ: କଟକ ଚାଉଳିଆଗଞ୍ଜର ଏକ ଭଡା ଘରୁ ଆଜି ସକାଳେ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ମାଳଶାସନ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡଃ ମଲାଡ଼ି ଭେଙ୍କଟ ଚନ୍ଦ୍ରଶେଖର। ସେ ରହୁଥିବା ଘରୁ ଆଜି ଦୁର୍ଗନ୍ଧ ହେବା ପରେ ଘର ମାଲିକ ଓ ସ୍ଥାନୀୟ ଅଂଚଳର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଘରର କବାଟ ଭାଙ୍ଗି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପରିପାର୍ଶ୍ଵିକ ଅବସ୍ଥାରୁ ଡାକ୍ତରଙ୍କ ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ସେ ଚାଉଳିଆଗଞ୍ଜରେ ଡାକ୍ତର ହରିପ୍ରସାଦ ମହାନ୍ତିଙ୍କ ଘରେ ଭଡାରେ ରହୁଥିଲେ। ଗତ ୪ ଦିନ ହେବ ସେ ରହୁଥିବା ଘର ବନ୍ଦ ରହିଥିଲା। ଡାକ୍ତର ଚନ୍ଦ୍ରଶେଖର ଜଣେ ଭଲ ମଣିଷ ଥିଲେ ଓ ସମସ୍ତଙ୍କ ସହ ତାଙ୍କର ଭଲ ବ୍ୟବହାର ଥିଲା ବୋଲି ଘର ମାଲିକ ଓ ସ୍ଥାନୀୟ ଅଂଚଳର ଲୋକେ କହିଛନ୍ତି। ସେ ସେଠାରେ ଏକାକୀ ରହୁଥିଲେ ଓ କିଛିଦିନ ପୂର୍ବରୁ ଗାଡ଼ିରୁ ପଡିଯାଇ ତାଙ୍କ ହାତ ଭାଙ୍ଗି ଯାଇଥିବାରୁ ସେ ୧୫ ଦିନ ଛୁଟିରେ ଥିଲେ।

- Advertisement -

ସୂଚନା ଅନୁଯାୟୀ ଡାକ୍ତର ଚନ୍ଦ୍ରଶେଖର ହୃଦରୋଗ ଜନିତ ସମସ୍ୟା ସହ ଶ୍ୱାସ ରୋଗରେ ପୀଡିତ ଥିଲେ। ସେ ରହୁଥିବା ଘରକୁ ଅନ୍ୟ କାହାର ଚଳପ୍ରଚଳ ନ ଥିବା ଜଣାପଡିଛି। ମୃତ ଡାକ୍ତରଙ୍କ କେହି ପରିଚିତ ଏ ପର୍ଯ୍ୟନ୍ତ ଠାବ ହୋଇନଥିବା ପୁଲିସ କହିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories