www.samajalive.in
Friday, December 12, 2025
15.1 C
Bhubaneswar

ଆୟୁଷ ଡାକ୍ତର ପିନ୍ଧିଲେ କଳାବ୍ୟାଚ୍‌‌

ଫୁଲବାଣୀ: ବାରମ୍ବାର ଦାବିପରେ ମଧ୍ୟ ସମଗ୍ର ରାଜ୍ୟ ପରି କନ୍ଧମାଳ ଜିଲାରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରମାନେ ପୁଣିଥରେ କଳାବ୍ୟାଚ୍‌‌ ପିନ୍ଧି ସେବା ଯୋଗାଇବା ଆରମ୍ଭ କରିଛନ୍ତି। ଚାକିରିକୁ ନିୟମିତ କରିବା ପାଇଁ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ସରକାର ଏଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହାର ପ୍ରତିବାଦରେ ସେମାନେ କଳାବ୍ୟାଚ୍‌‌ ପିନ୍ଧିଥିବାର ଜଣାଯାଇଛି। କନ୍ଧମାଳ ଜିଲାର ୧୨ ଟି ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଏହି ସବୁ ଆୟୁଷ ଡାକ୍ତରମାନେ କଳାବ୍ୟାଚ୍‌‌ ପରିଧାନ କରି ସେବା ଯୋଗାଉଛନ୍ତି। ଆୟୁଷ ଡାକ୍ତରମାନେ ପ୍ରାୟ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେଉଛନ୍ତି। ତୃଣମୂଳ ସ୍ତରରେ ଆୟୁଷ ଡାକ୍ତରମାନେ କାର୍ଯ୍ୟକରୁଥିଲେ ମଧ୍ୟ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସେମାନଙ୍କର ସେମାନଙ୍କର କୌଣସି ପ୍ରକାର ଦାବି ପୁରଣ କରୁନଥିବା ଅଭିଯୋଗ କରି ସମଗ୍ର ଜିଲାରେ ଆୟୁଷ ଡାକ୍ତରମାନେ କଳାବ୍ୟାଚ୍‌‌ ପରିଧାନ କରିଥିବାର କନ୍ଧମାଳ ଶାଖାର କର୍ମକର୍ତ୍ତା ଡ଼ା.ତାପସ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ଆସନ୍ତା ୨୭ ତାରିଖ ସୁଦ୍ଧା ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରିଲେ ସମସ୍ତ ଆୟୁଷ ଡାକ୍ତର ରାଜ ରାସ୍ତାକୁ ଓଲ୍ଳିବେ ବୋଲି ମଧ୍ୟ ସଂଘ ନିଷ୍ପତି ନେଇଥିବା ସେ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories