www.samajalive.in
Monday, December 15, 2025
27.1 C
Bhubaneswar

+୩ରେ ଖାଲିପଡ଼ିଲା ୧.୧୧ ଲକ୍ଷ ଆସନ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ ବା ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ୪ର୍ଥ ରାଉଣ୍ଡ ପରେ ମଧ୍ୟ ରାଜ୍ୟରେ ୧ ଲକ୍ଷ ୧୧ ହଜାର ଆସନ ଖାଲିପଡ଼ିଛି। ରାଜ୍ୟରେ ଏତେସଂଖ୍ୟକ ଆସନ ବଳକା ପଡ଼ିଥିବାରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ରାଜ୍ୟରେ ମୋଟ୍ ୧୦୪୦ ଡିଗ୍ରୀ ମହାବିଦ୍ୟାଳୟରେ ୨,୭୦,୧୬୩ ଆସନ ରହିଛି। ୪ଟି ରାଉଣ୍ଡରେ ୧ ଲକ୍ଷ ୫୯ ହଜାର ୫୫ ଆସନରେ ନାମଲେଖା ସରିଛି। ଏବେବି ୧ ଲକ୍ଷ ୧୧ ହଜାର ୧୦୮ଟି ଆସନ ଖାଲିପଡ଼ିଛି। ଖାଲିଥିବା ଆସନରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ। +୨ ଭଳି +୩ରେ ମଧ୍ୟ ବଳକା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା କରାଯିବ। ଉଚ୍ଚଶିକ୍ଷା ବିଭାଗରୁ ଅନୁମୋଦନ ମିଳିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ, ଗତ ଜୁଲାଇ ୧୫ରୁ ଯୁକ୍ତ ୩ ନାମଲେଖା ଆରମ୍ଭ ହୋଇଥିଲା। ୪ଟି ରାଉଣ୍ଡର ନାମଲେଖା ଗତ ୨୮ରେ ଶେଷ ହୋଇଛି। ବର୍ତ୍ତମାନ ଖାଲିଥିବା‌ ୧ ଲକ୍ଷ ୧୧ ହଜାର ୧୦୮ଟି ଆସନ ମଧ୍ୟରୁ କଳାରେ ୪୮,୪୫୪, ଫିଜିକାଲ ସାଇନ୍ସରେ ୨୬,୫୦୦, ବାୟୋଲୋଜିକାଲ ସାଇନ୍ସରେ ୧୨,୩୪୨, ବାଣିଜ୍ୟରେ ୧୭ ହଜାର ୬୯, ସେଲ୍ଫ ଫାଇନାନ୍ସିଂରେ ୯୮୭ ଏବଂ ସଂସ୍କୃତରେ ୫,୭୫୬ ଆସନ ରହିଛି। ଅନ୍ୟପକ୍ଷରେ ୨୦୨୩-୨୪ ଶିକ୍ଷାବର୍ଷରେ ସ୍ନାତକୋତ୍ତରରେ ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ଣ ୨ଟାରେ ଚତୁର୍ଥ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ୧ ତାରିଖ ସକାଳ ୯ଟାରୁ ୪ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories