www.samajalive.in
Monday, December 8, 2025
16.1 C
Bhubaneswar

ସମ୍ବାଦ ପରିବେଷଣ ଓ ଲୋକ ସମ୍ପର୍କ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଆଣିପାରିଛି ବୈପ୍ଳବିକ ପରିବର୍ତ୍ତନ

ଭୁବନେଶ୍ୱର: ପବ୍ଲିକ୍ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଗ୍ରୁପର ସହଯୋଗରେ କିଟ୍ ବିଶ୍ୱବିଦ୍ୟାଳୟର ମାସ୍ କମ୍ୟୁନିକେସନ ସ୍କୁଲ୍ ପକ୍ଷରୁ ଭର୍ଚୁଆଲ୍ ମୋଡ୍‍ରେ ଦ୍ବିତୀୟ ଲୋକସମ୍ପର୍କ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କୋଭିଡ଼୍-୧୯ ମହାମାରୀ ସମୟରେ ଲୋକସମ୍ପର୍କ ଓ ଗଣମାଧ୍ୟମ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଯୋଗଦେଇ ପବ୍ଲିକ୍ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ (ପିଆର୍ଏସଅଇ)ର ଜାତୀୟ ସଭାପତି ଡ.ଅଜିତ୍ ପାଠକ ଲୋକ ସମ୍ପର୍କ ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏବଂ ପ୍ରଫେସନାଲ୍‍ ଲୋକସମ୍ପର୍କ ବୃତ୍ତିକୁ ଆଗେଇ ଆସିବା ଉଚିତ୍ ବୋଲି ସେ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଦିଗରେ କିଟ୍ ଓ କିସ୍‌ର ପ୍ରୋତ୍ସାହନକୁ ଡ.ପାଠକ ଉଚ୍ଚ ପ୍ରଶଂସା କରିଥିଲେ।
ପ୍ରଥମ ଅଧିବେସନରେ ଲୋକସମ୍ପର୍କ ପ୍ରଫେସନାଲ୍‍ ଡ.ଭି.ଆର ରାଜୁ, ପିଆରଏସଆଇ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର, ପିପିଏଲ୍‍ରେ କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ସୁଧିରଞ୍ଜନ ମିଶ୍ର, ଏନଟିପିସି କର୍ପୋରେଟ୍ କମ୍ୟୁନିକେସନ ସାଧାରଣ ପରିଚାଳକ ଆଶୁତୋଷ ରଥ, ସହକାରୀ ସାଧାରଣ ପରିଚାଳକ କେ ଏମ ପ୍ରଶାନ୍ଥ ପ୍ରମୁଖ ଯୋଗଦେଇଥିଲେ। ସେମାନେ ମହାମାରୀ ସମୟରେ ଲୋକସମ୍ପର୍କ(ପିଆର) ପର୍ସୋନେଲମାନଙ୍କ ପାଇଁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଓ ଏହାର ମୁକାବିଲା ଉପରେ ଆଲୋକପାତ କରିଥିଲେ। ସମ୍ବାଦ ପରିବେଷଣ ଓ ଲୋକ ସମ୍ପର୍କ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ବୋଲି ସେମାନେ ପ୍ରକାଶ କରିଥିଲେ। ବିପତ୍ତି ସମୟରେ ଦୃଢ ଡ଼ିଜିଟାଲ୍ ଭିତ୍ତିଭୂମି, ଆନ୍ତଃ ଯୋଗାଯୋଗ ବ୍ୟବସ୍ଥା ସହ ପିଆର ପ୍ରଫେସନାଲ୍‍ମାନେ ଅଧିକ ଜଡ଼ିତ ରହି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଉଦ୍‍ଯାପନୀ ଅଧିବେସନରେ ଏବିପି ନ୍ୟୁଜ୍‌ର ପଲ୍ଟିକାଲ୍ ଏଡ଼ିଟର ପଙ୍କଜ ଝା, ଦୈନିକ ଜାଗରଣର ଗ୍ରୁପ୍ର ଏଡ଼ିଟର କମଲେଶ ରଘୁବଂଶୀ, ନ୍ୟୁଜ୍ ୨୪ର କାର୍ଯ୍ୟକାରୀ ସମ୍ପାଦକ ସୁକେଶ ରଂଜନ, ଇଣ୍ଡିଆ ନ୍ୟୁଜ ନେଟ୍‌ୱାର୍କର ଗ୍ରୁପ୍ ଏଡ଼ିଟର ରାଣା ୟଶବନ୍ତ ପ୍ରମୁଖ ଯୋଗଦେଇ ସମ୍ବାଦ ଓ ଲୋକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଓଡ଼ିଶାର ପ୍ରାକୃତିକ ବିପତ୍ତି ନେଇ ଶ୍ରୀ ଝା ନିଜର ଅଭିଜ୍ଞତା ଉପରେ ବକ୍ତବ୍ୟ ରଖିଥିଲେ। ଦୁଇ ଦଶକ ପୂର୍ବରୁ ସୂଚନା ପ୍ରଦାନ ବ୍ୟବସ୍ଥାର କିପରି ପରିବର୍ତ୍ତନ ହୋଇଛି ତା ଉପରେ ସେ କହିଥିଲେ। ଶ୍ରୀ ଝା କହିଥିଲେ ବର୍ତ୍ତମାନ ସମୟରେ ଟେଲିଭିଜନ ଚ୍ୟାନେଲ୍‌ଗୁଡ଼ିକ ଅଧିକ ସକ୍ରିୟ ହୋଇଛନ୍ତି, ଟେଲିଭିଜନ ଚ୍ୟାନେଲଗୁଡ଼ିକ ଡ଼ାଟାବେସ ଏବଂ ବଳିଷ୍ଠ ସମ୍ବାଦ ପରିବେଷଣ ଉପରେ ଜୋର୍ ଦେଉଛନ୍ତି। ବୈଷୟିକ ଜ୍ଞାନ କୌଶଳ ଏବଂ ସାମ୍ବାଦିକ ଗଣମାଧ୍ୟମର ପ୍ରଭାବ ଯୋଗୁଁ ସମ୍ବାଦ ପରିବେଷଣର ତରିକା ବଦଳିଛି ବୋଲି କହିଥିଲେ।
ଶ୍ରୀ ରଘୁବଂଶୀ ସମ୍ବାଦପତ୍ର ଶିଳ୍ପଗୁଡ଼ିକ ଉପରେ କରୋନା ମହାମାରୀର ପ୍ରଭାବ ନେଇ ଆଲୋଚନା କରିଥିଲେ। ଜଣେ ଜଣେ ଭଲ ସାମ୍ବାଦିକ ହେବାର ବିଭିନ୍ନ ପ୍ରସଙ୍ଗ ଉପରେ ଅଧିକ ଜ୍ଞାନ ଆହାରଣ ଲାଗି ସେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ କରିଥିଲେ। ଯେତେବେଳେ ସମୟ ଆମକୁ ଅଟକାଇବ ସେତେବେଳେ ଆମକୁ ବିକଳ୍ପ ସୃଷ୍ଟି କରିବା ନେଇ ମହାମାରୀ ଶିକ୍ଷା ପ୍ରଦାନ କରିଛି ବୋଲି ରାଣା ୟଶବନ୍ତ କହିଥିଲେ। ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶ ଓ ବିଦେଶରୁ ଯୋଗ ଦେଇଥିବା ଅତିଥିମାନେ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। କିଟ୍ ମାସ୍‍ କମ୍ୟୁନିକେସନ ସ୍କୁଲ୍‌ର ସହକାରୀ ପ୍ରଫେସର ରୁବି ନନ୍ଦ ଅଧିବେଶନ ପରିଚାଳନା କରିଥିବା ବେଳେ ଫ୍ୟାକଲଟି ଆସୋସିଏଟ୍ ସୌପ୍ତିକ୍ ଗରାଇ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଉଦ୍‌ଘାଟନୀ ଉତ୍ସବରେ କିଟ୍ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚ୍ଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିଟ୍ ମାସ୍ କମ୍ୟୁନିକେସନ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ହିମାଂଶୁ ଖଟୁଆ, କୋର୍ସ କୋଅଡ଼ିନେଟର ଡ.ବିଧୁ ଭୂଷଣ ଦାଶ, ସହକାରୀ ପ୍ରଫେସର ଡ.ଅନୁରାଗ ସାହୁ ପ୍ରମୁଖ ଯୋଗଦେଇଥିଲେ। କିଟ୍ ମାସ୍ କମ୍ୟୁନିକେସନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପବ୍ଲିକ୍ ରିଲେସନ୍‍ସ କ୍ଲବ୍ (ପିଆରସି) ଗଠନ କରିବାକୁ ପ୍ରଫେସର ଖଟୁଆ ଘୋଷଣା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories