୧୭ କିଲୋ ସୁନା ଜବତ, ୨୮ ତୁର୍କମେନିସ୍ତାନ ନାଗରିକ ଗିରଫ

0

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀମାନେ ସୁନା ଚୋରା ଚାଲଣ ଅଭିଯୋଗରେ ୨୨ ମହିଳାଙ୍କ ସମେତ ୨୮ ଜଣ ତୁର୍କମେନିସ୍ତାନ ନାଗରିକଙ୍କୁ ଗିରଫ କରିଛନ୍ତି । ସୂଚନା ଅନୁସାରେ ତୁର୍କମେନିସ୍ତାନ ନାଗରିକମାନେ ଶୁକ୍ରବାର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ଅଟକ ରଖାଯାଇଥିଲା ଓ ଶନିବାର ସେମାନଙ୍କୁ ଗିରଫ କରାଯାଇଛି । ସୀମା ଶୁଳ୍କ ବିଭାଗର ଅତିରିକ୍ତ କମିଶନର ଅମନଦୀପ ସିଂହଙ୍କ କହିବା ଅନୁସାରେ ତୁର୍କମେନିସ୍ତାନ ନାଗରିକଙ୍କ ବ୍ୟାଗ ତଲାସୀରୁ ପ୍ରାୟ ୧୫.୫ କିଲୋ ସୁନା ମିଳିଥିଲା । ଅନ୍ୟ ଏକ ଘଟଣାରେ ଦିଲ୍ଲୀ ବିମାନ ବନ୍ଦରରୁ ଆଉ ୫ ଜଣ ତୁର୍କମେନିସ୍ତାନ ନାଗରିକଙ୍କ ନିକଟରୁ ପ୍ରାୟ ୧.୯ କିଲୋ ସୁନା ଜବତ କରାଯାଇଛି। ଖାଦ୍ୟ ସାମଗ୍ରୀ ମଝିରେ ସୁନା ଲୁଚାଇ ଅଣାଯାଇଥିଲା । ଯାହା ତଲାସୀ ବେଳେ ଜଣାପଡିଥିଲା । ଦିଲ୍ଲୀ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାଉଥିବା ୨ ଜଣଙ୍କ ନିକଟରୁ ବିଦେଶୀ ମୁଦ୍ରା ଜବତ କରାଯାଇଛି । ଏହି ରିୟାଲ, ଦିରହମ ସମେତ ଅନ୍ୟ କେତେକ ମୁଦ୍ରା ଜବତ କରାଯାଇଛି । ଅନ୍ୟ ଏକ ଘଟଣାକ୍ରମେ ଶନିବାର ହାଇଦରାବାଦ ଆନ୍ତର୍ଜାତିକ ବିମାନବନ୍ଦରରୁ ୨୫.୫୩ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି ।

Leave A Reply