୨୦୦୮ ଆସାମ ବିସ୍ଫୋରଣ ମାମଲା: ବୋଡୋଲାଣ୍ଡ ମୁଖ୍ୟଙ୍କ ସମେତ ୧୦ ଜଣଙ୍କୁ ଆଜୀବନ ଜେଲ୍‍

0

ଗୌହାଟୀ : ଗୌହାଟୀସ୍ଥିତ ସିବିଆଇ ସ୍ୱତନ୍ତ୍ର କୋର୍ଟ ବୁଧବାର ୨୦୦୮ ଆସାମ ସିରିଏଲ ବୋମା ବେିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ବୋଡୋଲାଣ୍ଡ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଡିଏଫ୍‍ବି)ର ପ୍ରତିଷ୍ଠାତା ରଞ୍ଜନ ଡାଏମେରିକଙ୍କ ସମେତ ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସିବିଆଇର ସ୍ୱତନ୍ତ୍ର ବିଚାରପତି ଅପାରେଶ ଚକ୍ରବର୍ତ୍ତୀ ଡାଏମେରି, ଜର୍ଜ ବୋଡୋ, ବି ଥାରାଇ, ରାଜୁ ସର୍କାର, ଅଞ୍ଜାଇ ବୋଡୋ, ଇନ୍ଦ୍ରା ବ୍ରହ୍ମା, ଲୋକେ ବାସୁମାତାରି, ଖର୍ଗେଶ୍ୱର ବାସୁମାତାରି, ଅଜୟ ବାସୁମାତାରି ଏଂବ ରଞ୍ଜନ ଗୋୟାରୟଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ। ଅନ୍ୟ ୩ ଅଭିଯୁକ୍ତ ପ୍ରଭାତ ବୋଡୋ, ଜୟନ୍ତି ବାସୁମାତାରି ଏବଂ ମଥୁରା ବ୍ରହ୍ମା କୋର୍ଟ ପକ୍ଷରୁ ଧାର୍ଯ୍ୟ ଜୋରିମାନା ଦେବା ପରେ ଜେଲରୁ ମୁକ୍ତ ହେବେ ବୋଲି କୋର୍ଟ ରାୟ ଶୁଣାଇଛନ୍ତି ।

prayash

ପ୍ରକାଶଯୋଗ୍ୟ ଯେ ୨୦୦୮ ଅକ୍ଟୋବର ୩୦ର ମଧ୍ୟାହ୍ନ ସମୟରେ ଗୌହାଟୀର ବଜାର ଅଞ୍ଚଳ ସମେତ ପଶ୍ଚିମ ଆସାମର ବିଭିନ୍ନ ସ୍ଥାନରେ ଏକକାଳୀନ ୧୮ଟି ବିସ୍ଫୋରଣ ଘଟିଥିଲା। କ୍ରମାଗତ ବିସ୍ଫୋରଣରେ ୮୧ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୪୭୦ ଜଣ ଆହତ ହୋଇଥିଲେ। ଏହି ମାମଲାରେ ମୋଟ ୨୧ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭ ଜଣ ଫେରାର ଅଛନ୍ତି। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସିବିଆଇ ୨ଟି ଅଭିଯୋଗଫର୍ଦ ଦାଖଲ କରିବା ପ​‌ରେ ୨୦୧୭ରେ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ୬୫୦ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରିବା ପରେ କୋର୍ଟ ରାୟ ଦେଇଛନ୍ତି।

Leave A Reply