www.samajalive.in
Sunday, December 14, 2025
16.1 C
Bhubaneswar

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ

ଡେସ୍କ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଦାଖଲ ହୋଇଥିବା ୭.୨୮ କୋଟି ଆଇଟିଆର ମଧ୍ୟରୁ ୪୫.୭୭% ଆଇଟିଆର-୧ (୩.୩୪ କୋଟି), ୧୪.୯୩% ଆଇଟିଆର-୨ (୧.୦୯ କୋଟି), ୧୨.୫୦% ଆଇଟିଆର-୩ (୯୧.୧୦ ଲକ୍ଷ), ୨୫.୭୭% ଆଇଟିଆର-୪ (୧.୮୮ କୋଟି) ଏବଂ ୧.୦୩% ଆଇଟିଆର-୫ (୭.୦୩ କୋଟି) ରହିଛି। ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ଆଇଟିଆର ୟୁଟିଲିଟି ବ୍ୟବହାର କରି ୪୩.୮୨% ରୁ ଅଧିକ ଆଇଟିଆର ଦାଖଲ କରାଯାଇଛି।

ସେହିପରି ୬.୨୧ କୋଟିରୁ ଅଧିକ ଆଇଟିଆର ଇ-ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୫.୮୧ କୋଟିରୁ ଅଧିକ ଆଧାର ଆଧାରିତ ଓଟିପି ମାଧ୍ୟମରେ ରହିଛି। ଇ-ଭେରିଫାଏଡ ଆଇଟିଆର ମଧ୍ୟରୁ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ପ୍ରକ୍ରିୟାକରଣ କରାଯାଇଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରେକର୍ଡ ସଂଖ୍ୟକ ଆଇଟିଆର ଦାଖଲ

- Advertisement -

ଅନ୍ୟପକ୍ଷେରେ ଇ-ଫାଇଲିଂ ହେଲ୍ପଡେସ୍କ ଟିମ୍ ଜୁଲାଇ ୩୧ ପର୍ଯ୍ୟନ୍ତ ଟିକସଦାତାଙ୍କ ଠାରୁ ପ୍ରାୟ ୧୦.୬୪ ଲକ୍ଷ ପ୍ରଶ୍ନର ପରିଚାଳନା କରିଛି। ଏହି ଟିମ୍ ଏପ୍ରିଲ ପହିଲାରୁ ଜୁଲାଇ ୩୧, ୨୦୨୪ ମଧ୍ୟରେ ୧.୦୭ ଲକ୍ଷରୁ ଅଧିକ ଇ-ମେଲ୍ ପରିଚାଳନା କରିବା ସହ ୯୯.୯୭% ପ୍ରଶ୍ନର ସଫଳ ସମାଧାନ କରିଛନ୍ତି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories