www.samajalive.in
Friday, December 5, 2025
20.1 C
Bhubaneswar

ବିଧାୟକଙ୍କ ଦ୍ବାରା ନୂତନ ପ୍ରକଳ୍ପର ଶୁଭ ଶିଳାନ୍ୟାସ

ସିମୁଳିଆ: ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ତିନୋଟି ନୂତନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଛି। ସୂଚନାରୁ ପ୍ରକାଶ, ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର କୁଅଁରପୁରଠାରେ ୧୦ଲକ୍ଷ ଟଙ୍କାର ପ୍ରକଳ୍ପ ମାର୍କେଟ କମ୍ପ୍ଲେକ୍ସ, ବିରଞ୍ଚିପୁରଠାରେ ୨ଲକ୍ଷ ୫୦ହଜାର ଟଙ୍କାର ମହିଳା ସମିତି ଗୃହ ଏବଂ ୫ଲକ୍ଷ ଟଙ୍କାର ମୁକୁନ୍ଦ ଚରଣ ପ୍ରାଇମେରୀ ସ୍କୁଲର ନୂତନ ଶ୍ରେଣୀ ଗୃହ ଆଦି ତିନୋଟି ପ୍ରକଳ୍ପକୁ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଉପସ୍ଥିତ ରହି ଫିତା କାଟି ଶୁଭ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁକୁନ୍ଦ ଚରଣ ପ୍ରାଇମେରୀ ସ୍କୁଲ ପରିସରରେ ୪୦ନଂ ଜୋନ୍ ଜିଲା ପରିଷଦ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ବିଧାୟକ ଶ୍ରୀ ପଣ୍ଡାଙ୍କ ସମେତ ବିଜେପି ଯୁବନେତା ଅଣୁମାଧବ ପଣ୍ଡା, ବିଜେପି ନେତା ରାଧାରମଣ ପଟ୍ଟନାୟକ, ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଅକ୍ଷୟ ବିଶ୍ୱାଳ, ମଣ୍ଡଳ ସଭାପତି ପ୍ରଦୀପ ରାୟ, ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ଜଗନ୍ନାଥ ଦାସ, ନଟ ମହାନ୍ତି, ପଞ୍ଚାୟତ ସଭାପତି ଜାଦବାନନ୍ଦ ମହାନ୍ତି, ଉପସଭାପତି ଗଦାଧର ବେହେରା, ଶରତ ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories