ଦେଶର ପ୍ରଥମ ହୋମିଓପାଥି ଡାକ୍ତର ଭାବେ ପ୍ରଫେସର ନିରଞ୍ଜନ ମହାନ୍ତି ପାଇଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ

ଭୁବନେଶ୍ୱର : ରାଜ୍ୟର ପ୍ରସିଦ୍ଧ ହୋମିଓପାଥିକ ଡାକ୍ତର ପ୍ରଫେସର ନିରଞ୍ଜନ ମହାନ୍ତି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ରାଜଧାନୀରେ ଥିବା ଭିନ୍ନ ଚନ୍ଦ୍ର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଓ ସୁପରିଟେଣ୍ଡଣ୍ଟ ଭାବେ କାର୍ଯ୍ୟ ତୁଲାଇଥିଲେ। ସମାଜରେ ଚିକିତ୍ସା ସେବା ଯୋଗାଇ ଦେବା ଏବଂ ହୋମିଓପାଥିକୁ ଲୋକ ପ୍ରିୟ କରିବା ଯୋଗୁଁ ଭିଡି ଗୁଡ ପ୍ରଫେସନାଲ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ଅନୁସନ୍ଧାନ ପୁରସ୍କାର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ଦେଶର ପ୍ରଥମ ହୋମିଓପାଥିକ ଡାକ୍ତର ପ୍ରଫେସର ନିରଞ୍ଜନ ମହାନ୍ତି ଏହି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପାଇଛନ୍ତି । ତୁର୍କୀର ରାଜଧାନୀ ଇସ୍ତନବୁଲରେ ଅନୁଷ୍ଠିତ ହୋଇଥିବା ୭୫ ତମ ବିଶ୍ୱ ହୋମିଓପାଥି କଂଗ୍ରେସରେ ସେ ଏକ ମାତ୍ର ଓଡିଆ ଡାକ୍ତର ଭାବେ ଯୋଗ ଦେଇଥିଲେ ।

Comments are closed.