www.samajalive.in
Monday, December 15, 2025
24.1 C
Bhubaneswar

ପୋଖରୀରେ ବୁଡି ଶିଶୁ ମୃତ

କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମ ଦେଉଳ ପୋଖରୀରେ ବୁଡ଼ି ଦୁଇ ବର୍ଷର ଶିଶୁ କନ୍ୟାର ମୁତ୍ୟୁ ହୋଇଛି।ମୃତ ଶିଶୁ ହେଲେ ଆମ୍ବପଳାସ ଗ୍ରାମର ପ୍ରକାଶ ମହାପାତ୍ରଙ୍କ ୨ ବର୍ଷର ଝିଅ।

 

- Advertisement -

ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଛି  । ସୂଚନା ଅନୁଯାୟୀ ପ୍ରକାଶଙ୍କ ଝିଅ ଆଜି ସକାଳ ସମୟରେ ହଠାତ ନିଖୋଜ ହୋଇ ଯାଇଥିଲେ।ପରିବାର ଲୋକେ ଦୀର୍ଘ ସମୟ ଧରି ସାହି ପଡିଶା ଓ ଏଣେ ତେଣେ ଖୋଜା ଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ।ତେବେ ଏଣେ ତେଣେ ଖୋଜା ଖୋଜି ପରେ ସନ୍ଦେହ କରି ତାଙ୍କ ଘର ନିକଟରେ ଥିବା ଦେଉଳ ପୋଖରୀକୁ ଯାଇ ଦେଖିଲା ବେଳକୁ ଝିଅ ପାଣିରେ ବୁଡିଯାଇ ଶରୀରର କିଛି ଅଂଶ ପାଣିରେ ସାମାନ୍ୟ ଦେଖାଯାଉଥିଲା।ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏନେଇ ଗାଁରେ ଏକ ପ୍ରକାର ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories